ଚେନ୍ନାଇ: ଅଧାରୁ ଆଇପିଏଲ୍ ଛାଡ଼ି ଘର ମୁହାଁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପୀନର ଆର୍ ଅଶ୍ୱିନ୍। ବିଳମ୍ୱିତ ରାତିରେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଅଶ୍ୱିନଙ୍କ ପରିବାର ଲୋକେ ଏବେ କରୋନାରେ ଆକ୍ରାନ୍ତ। ତେଣୁ ସେ ଆଇପିଏଲ ଅଧାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ରବିବାର ରାତିରେ ଦିଲ୍ଲୀ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ମ୍ୟାଚରେ ଅଶ୍ୱିନ୍ ସାମିଲ୍ ହୋଇଥିଲେ। ସେ ୪ ଓଭର ବୋଲିଂ କରିଥିଲେ। ତେବେ ସବୁ କିଛି ଯଦି ଶୀଘ୍ର ଠିକ୍ ହୁଏ ତେବେ ସେ ପୁନର୍ବାର ଦଳରେ ଯୋଗଦେବାକୁ ଚେଷ୍ଟା କରିବେ।
I would be taking a break from this years IPL from tomorrow. My family and extended family are putting up a fight against #COVID19 and I want to support them during these tough times. I expect to return to play if things go in the right direction. Thank you @DelhiCapitals
— Stay home stay safe! Take your vaccine (@ashwinravi99) April 25, 2021
ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଅଶ୍ୱିନଙ୍କର ଏଭଳି ସମୟରେ ସମ୍ପୂର୍ଣ୍ଣ ସମର୍ଥନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏ ନେଇ ଟ୍ୱିଟ୍ କରି ଅଶ୍ୱିନଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବା ସହିତ ପରିବାର ଲୋକଙ୍କ ଆରୋଗ୍ୟ କାମନା କରିଛି।
Extending our full support to you in these difficult times, @ashwinravi99
Sending you and your family all the strength and prayers from all of us at Delhi Capitals https://t.co/JoqzDGFVdB
— Delhi Capitals (@DelhiCapitals) April 25, 2021
ଅଶ୍ୱିନଙ୍କ ପୂର୍ବରୁ ମଧ୍ୟ ଅନ୍ୟ କେତେକ ଖେଳାଳି ବିଭିନ୍ନ କାରଣରୁ ଆଇପିଏଲ୍ ମଝିରୁ ଘରକୁ ଫେରିଛନ୍ତି। ଗତ ସପ୍ତାହରେ ରାଜସ୍ଥାନ ରୟାଲ୍ସର ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଲିୟମ୍ ଲିଭିଙ୍ଗଷ୍ଟନ୍ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ରବିବାର ରାଜସ୍ଥାନର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଣ୍ଡ୍ରିୟୁ ଟାଇ ମଧ୍ୟ ବ୍ୟକ୍ତିଗତ କାରଣରୁ ଟୁର୍ନାମେଣ୍ଟରୁ ଓହରିଛନ୍ତି।
ଅଶ୍ୱିନ୍ ଏବେ ଚେନ୍ନାଇରେ ଉପସ୍ଥିତ ଅଛନ୍ତି। ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଅଶ୍ୱିନ୍ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁମ୍ବାଇରେ ଥିଲେ। ସେଠାରେ ଦିଲ୍ଲୀ ପ୍ରଥମ 3ଟି ମ୍ୟାଚ୍ ଖେଳିଥିଲା। ଅଶ୍ୱିନ୍ ଚଳିତ ସିଜନରେ ଏପର୍ଯ୍ୟନ୍ତ ଦିଲ୍ଲୀ ପାଇଁ ସମସ୍ତ ୫ଟି ମ୍ୟାଚ୍ ଖେଳିଛନ୍ତି।
The post ମ୍ୟାଚ ପରେ ଆର୍ ଅଶ୍ୱିନଙ୍କ ଟ୍ୱିଟ୍, ‘ମୁଁ ଘରକୁ ଫେରି ଯାଉଛି’ appeared first on Odisha Reporter.
from Odisha Reporter https://ift.tt/3npuWtN
No comments:
Post a Comment