ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘାଟିକୁ ଉଠୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଓମ୍ ସାଇ ନାମକ ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା । ତେବେ ଘାଟିରେ ଉଠିବାବେଳେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଖବରପାଇ ମୁକୁନ୍ଦପୁର ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଆଣି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି।

The post ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌ appeared first on Odisha Reporter.



from Odisha Reporter https://ift.tt/2QnJfDl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages