ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଦେଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଗତକାଲି ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବି ୧୦ ଜଣ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭ରେ ପହଞ୍ଚିଛି।
୧୦ ମୃତକଙ୍କ ମଧ୍ୟରୁ ପୁରୀ ଓ ରାୟଗଡ଼ାରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ, ଗଂଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ଧରି ୬ ହଜାର ଟ୍ରେଣ୍ଡରେ ରହିଥିବା କରୋନା ହଠାତ୍ ୮ ହଜାରକୁ ଲମ୍ବ ଡିଆଁ ମାରିଛି। ରାଜ୍ୟରେ ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଥରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୭, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬ ଓ ଷ୍ଟେଟ୍ ପୁଲ୍ରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ଆଖି ବୁଜିଲେ ୧୦ କରୋନା ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3u0VBzx
No comments:
Post a Comment