୫ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ, ୭୧ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

୫ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ, ୭୧ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦ୍ୱିତୀୟ ବିବାହ କରି ପୁଣି ନିଜ ଜୀବନ ଆରମ୍ଭ କରିବାର ଦୃଶ୍ୟ ଏହି ଫଟୋରେ ରହିଛି। ବ୍ୟକ୍ତି ଜଣଙ୍କ ୫ ବର୍ଷ ତଳେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ। ୫ ବର୍ଷ କାଳ ଏକାକୀ ରହିବା ପରେ ସେ ଆଉ ଜଣେ ବିଧାବାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିକଟରେ ଉଭୟଙ୍କ ବାହାଘର ହୋଇଛି। ଫଟୋରେ ମହିଳା ଜଣ ଶାଢ଼ୀ ପିନ୍ଧି ଥିବା ବେଳେ ବ୍ୟକ୍ତି ଜଣଙ୍କ ସୁଟ ପିନ୍ଧିଛନ୍ତି। ଉଭୟଙ୍କ ହାତରେ ବରଣମାଳା ଓ ମୁହଁରେ ମାସ୍କ ମଧ୍ୟ ରହିଛି।

ଏହି ଫଟୋଟି ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଫଟୋକୁ ୭୧ ବର୍ଷୀୟ ବ୍ୟକ୍ତିଙ୍କ ଝିଅ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ସେ ପୂରା ଘଟଣା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ଝିଅଙ୍କ ନାଁ ହେଉଛି ଆଦିତି।

ଆଦିତି ଫଟୋ ଟ୍ୱିଟ କରି କହିଛନ୍ତି, “ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋ ବାପା। ସେ ୭୧ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ୫ ବର୍ଷ ହେଲା ସେ ଏକାକୀ ରହିବା ପରେ ଆଉ ଜଣେ ବିଧବାଙ୍କୁ ବିବାହ କରିଛନ୍ତି। ମୁଁ ସବୁବେଳେ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ କହୁଥିଲି। କାରଣ କେହି ବି ଏକାକୀ ରହିବାକୁ ଚାହାନ୍ତି ନାହିଁ।

ଦୁନିଆରେ ଅନେକ ମହିଳା ଅଛନ୍ତି ଯେଉଁମାନେ ଦ୍ୱିତୀୟ ବାହାଘର ପାଇଁ ଟଙ୍କା ମାଗିଥିଲେ। ମୋ ବାପାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ। ଏବେ ବି ଏ ସମାଜ ମୋ ବାପାଙ୍କ ଦ୍ୱିତୀୟ ବିବାହକୁ ଗ୍ରହଣ କରିବ କି ନାହିଁ ଆମେ ଜାଣିନୁ। ସେହିପରି ମୋ ବାପା ଓ ସେ ବାହା ହୋଇଥିବା ମହିଳା ପରସ୍ପରକୁ ଠିକ୍‌ ଭାବେ ଗ୍ରହଣ କରିବେ କି ନାହିଁ, ସେକଥା ମଧ୍ୟ ଆମେ ଜାଣିନାହୁଁ। ତଥାପି ଆମେ ଆଶା ନେଇ ଆଗକୁ ବଢ଼ୁଛୁ।”

ଏହି ଫଟୋକୁ ସୋଶାଲ ମିଡିଆ ବ୍ୟବହାରକାରୀ ପସନ୍ଦ କରିବା ସହ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

The post ୫ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ, ୭୧ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ appeared first on Odisha Reporter.



from Odisha Reporter https://ift.tt/3xu0KlP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages