ଏଣେ କଡ଼ାକଡ଼ି କଟକଣା, ତେଣେ ମୁକୁଳା ପଡ଼ିଛି ସୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଏଣେ କଡ଼ାକଡ଼ି କଟକଣା, ତେଣେ ମୁକୁଳା ପଡ଼ିଛି ସୀମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଏବେ ୫୦୦ ମୁହାଁ ହେଉଥିବା ବେଳେ ଚିନ୍ତା ବଢ଼ାଉଛି ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲା। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାରେ ଥିବା ଜିଲ୍ଲାଗୁଡିକରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ  ଛତିଶଗଡ଼ ସୀମା ମୁକୁଳା ପଡ଼ିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଓଡ଼ିଶା-ଛତିଶଗଡ଼ ସୀମାରେ ଲୋକେ ଅନାୟସରେ ଯାଆସ କରୁଛନ୍ତି  ।

ଏହି ଜିଲ୍ଲାଗୁଡ଼ିକରେ ଉପରମୁହାଁ କରୋନାକୁ ଆୟତ୍ତ କରିବାକୁ ଆଜିଠୁ ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଏଥିସହ ଅମାନିଆଙ୍କୁ ସାବାଡ଼ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ସ୍କ୍ୱାର୍ଡ।  ହେଲେ ଉମରକୋଟ ଅଂଚଳରେ ମୁକୁଳା ପଡ଼ିଥିବା ସୀମାରେ ଅନାୟସ ପ୍ରବେଶ ଲୋକଙ୍କ ଚିନ୍ତା ବଢ଼ାଉଛି।

ଛତିଶଗଡ଼ ସୀମାକୁ ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକ ଲାଗି ରହିଥିବାବେଳେ ୩ଟି ମୁଖ୍ୟ ସଡ଼କ ରହିଛି । ଏହି ସବୁ ରାସ୍ତା ଗୁଡିକରେ ଅବାଧରେ ଲୋକେ ଯା଼ଆସ କରୁଛନ୍ତି । ରାଇଘର ସହ ଚନ୍ଦାହାଣ୍ଡି ବ୍ଲକ ସୀମା ଖୋଲା ପଡିଛି । ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ଲହରରେ ପ୍ରାୟ ୫୦    ଆକ୍ଟିଭ କେସ୍‌ ରହିଛି  । ତେଣୁ କଟକଣା କଡାକଡି କରିବାକୁ ଲୋକେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ରାତି ୧୦ଟାରୁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ନାଇଟ୍ ନାଇଟ କର୍ଫ୍ୟୁ ଲାଗୁ ହେବ । ଏହି ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର । ଏସବୁ ଜିଲ୍ଲାରେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ବିଭିନ୍ନ ଜିଲ୍ଲାର ଏସ୍‌ପି। ରାତି ୧୦ରୁ ସକାଳ ୫ ଭିତରେ ଜରୁରୀ କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ ।

The post ଏଣେ କଡ଼ାକଡ଼ି କଟକଣା, ତେଣେ ମୁକୁଳା ପଡ଼ିଛି ସୀମା appeared first on Odisha Reporter.



from Odisha Reporter https://ift.tt/31Nk8vy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages