ଲାଗୁ ହେଲା ୱିକେଣ୍ଡ ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଲାଗୁ ହେଲା ୱିକେଣ୍ଡ ଲକ୍‌ଡାଉନ୍‌

ମୁମ୍ବାଇ: ଦେଶରେ ମାଡ଼ି ଚାଲିଛି କରୋନାର ଦ୍ୱିତୀୟ ଲହରି।  ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା।  ଜାରି ହୋଇଛି ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଲକ୍‌ଡାଉନ୍‌।  ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପଯର୍ୟନ୍ତ ଲକ୍‌ଡାଉନ୍ ରହିବ ପୁରା ରାଜ୍ୟ।

ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ।  ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ ହେବ। ସେହିପରି ବାର୍, ରେଷ୍ଟୁରାଣ୍ଟ ଓ ଧର୍ମାନୁଷ୍ଠାନ ପାଇଁ କଟକଣା ମଧ୍ୟ ଜାରି ହୋଇଛି।  କେବଳ ସେତିକି ନୁହେଁ ଫିଲ୍ମ ଶୁଟିଂକୁ ନେଇ ମଧ୍ୟ କଟକଣା ଜାରି ହୋଇଛି। ଶୁଟିଂ ସମୟରେ ଯଦି ଅଧିକ ସଂଖ୍ୟକ ଲୋକ ରହୁଛନ୍ତି ତେବ ଶୁଟିଂକୁ ଅନୁମତି ମିଳିବ ନାହିଁ। କମ୍‌ କର୍ମଚାରୀ ଏବଂ କଳାକାରଙ୍କୁ ନେଇ ଶୁଟିଂ କରିବାକୁ କୁହାଯାଇଛି।

ଦେଶରେ ବଢୁଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ଅବସରରେ ୫ ସୂତ୍ରୀ ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଇଛ॥  ସେଗୁଡ଼ିକ ହେଲା ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, କୋଭିଡ୍ ନିୟମ ମାନିବା ଓ ଟିକାକରଣ। ଏପ୍ରିଲ ୬ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଏକ କ୍ୟାଂପେନ କରାଯିବ।  କୋଭିଡ୍ କଟକଣା ମାନିବା ସହ ଶତ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ବଚ୍ଛତା ଅବଲମ୍ବନ ପାଇଁ ଏହି ଅଭିଯାନ କରିବାକୁ ନିଷ୍ପତି ହୋଇଛି।

ମହାରାଷ୍ଟ୍ର, ଛତିଶଗଡ଼ ଓ ପଂଜାବରେ କରୋନା ଅଧିକ ବ୍ୟାପୁଥିବାରୁ ଏହି ସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଯିବ।  କାହିଁକି କୋଭିଡ ଅଧିକ ବ୍ୟାପୁଛି, ତାର କାରଣ ଖୋଜିବ ଏହି କେନ୍ଦ୍ରୀୟ ଟିମ୍। କୋଭିଡ ନିୟମ ପାଳନରେ ଅବହେଳା ପାଇଁ ଏହି ସବୁ ରାଜ୍ୟରେ ମହାମାରୀ ଗୁରୁତର ରୂପ ଧାରଣ କରିଥିବା ଜଣାପଡ଼ିଛି।

The post ଲାଗୁ ହେଲା ୱିକେଣ୍ଡ ଲକ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3unKYXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages