ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌

ଗଜପତି (ଓଡ଼ିଶା ରିପୋର୍ଟର): ପୁଣି ସିଲ୍ ହେଲା ସିନେମା ହଲ୍। ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ।  ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ଅନିର୍ଦ୍ଦିଷ୍ଟ କାଳ ଯାଏଁ  ସିଲ କରାଯାଇଛି। ଏହି ଦୁଇଟି ସିନେମା ହଲ୍‌କୁ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଥିବା ସୂଚନା ମିଳିଛି।

ଦୁଇଟି ହଲକୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲ୍ କୁ ସିଲ୍ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର ।

ଗତକାଲି ଏକ ତେଲୁଗୁ ଫିଲ୍ମ ଚାଲିଥିବାବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଟିକେଟ କାଉଣ୍ଟର ଆଗରେ ପୁଲିସ୍ ଲାଠି ମାଡ଼ କରିଥିଲା। ସେହିଭଳି ଗତକାଲି ରାୟଗଡ଼ାର ବି ଏକ ସିନେମା ହଲ୍ ସିଲ୍ ହୋଇଥିଲା।

ଚାରିଆଡେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ରାଜ୍ୟରେ ଦିନକୁ ଲଗାତର ଦୁଇ ଦିନ ହେବ ୧୦୦୦ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣାକୁ କଡାକଡି ପାଳନ କରିବାକୁ କହିଛନ୍ତି। ଏଥିସହ ଆସନ୍ତା ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହ ମାସ୍କ ପିନ୍ଧିନଥିବା ଅମାନିଆଙ୍କୁ ସାବଡ କରିବାକୁ ଯାଇ ପ୍ରଶାସନ ଜରିମାନା ରାଶି ବଢ଼ାଇଛି। ପୂର୍ବରୁ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ରହିଥିଲା। ଏବେ ଏହା ୧୦୦୦ ଟଙ୍କା ହୋଇଛି। ପ୍ରଥମ ଓ ଦ୍ୱିତୀୟ ଥର ଭୁଲ୍‌ କଲେ ଜରିମାନା ରାଶି ୨୦୦୦ ଟଙ୍କା ଆଦାୟ କରିବ ପ୍ରଶାସନ। ଯଦି ଏଭଳି ଭୁଲ୍‌ ବାରମ୍ବାର ହୁଏ ତେବେ ୫୦୦୦ ଟଙ୍କା ଦେବାକୁ ପଡିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

୧୩୭୪ ଜଣଙ୍କ ମଧ୍ୟରୁ ୮୧୨ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୬୨ଟି ହେଉଛି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଚିହ୍ନଟ ହୋଇଛନ୍ତି।

 

The post ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌ appeared first on Odisha Reporter.



from Odisha Reporter https://ift.tt/3fYhADl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages