ପୁଲିସ୍‌ର ସ୍ପେଶାଲ୍ ଡ୍ରାଇଭ, ୩୮.୯୮ ଲକ୍ଷ ଫାଇନ୍ ଆଦାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ପୁଲିସ୍‌ର ସ୍ପେଶାଲ୍ ଡ୍ରାଇଭ, ୩୮.୯୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଶ୍‌ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତଥାପି ଜନସାଧାରଣଙ୍କର ଚେତା ପଶୁ ନାହିଁ।

ବାରମ୍ବାର ସଚେତନତା ଓ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଲୋକେ ଠିକ୍‌ ଭାବେ କୋଭିଡ ଗାଇଡ ଲାଇନ ମାନୁ ନାହାନ୍ତି। ମାସ୍କ ନି ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରାଯିବ ବୋଲି କୁହାଯିବା ସତ୍ତ୍ୱେ ଅମାନିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶା ପୁଲିସ୍ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରୁ ଏହା ସ୍ପଷ୍ଟ ହେଉଛି।

ଓଡ଼ିଶା ପୁଲିସ୍ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି, ସ୍ପେଶାଲ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭର ତୃତୀୟ ଦିନରେ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଯୋଗୁ ୧୨,୧୪୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ ସେମାନଙ୍କ ଠାରୁ ଆଦାୟ କରାଯାଇଛି ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା।

ଅନ୍ୟ ଏକ ଟ୍ୱିଟ୍‌ରେ କୁହାଯାଇଛି, ଏହି ସ୍ପେଶାଲ୍ ଡ୍ରାଇଭରେ ୩ ଦିନରେ ୩୩,୩୪୬ ଜଣଙ୍କ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ଠାରୁ ୯୦ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ଏହା ସହିତ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିବାକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୩୫୫ ଜଣଙ୍କୁ ଚିହ୍ନଟ କରାଯାଇଛି।

The post ପୁଲିସ୍‌ର ସ୍ପେଶାଲ୍ ଡ୍ରାଇଭ, ୩୮.୯୮ ଲକ୍ଷ ଫାଇନ୍ ଆଦାୟ appeared first on Odisha Reporter.



from Odisha Reporter https://ift.tt/3myvM72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages