ଲକ୍ଷ୍ନୌ: ସାରା ଦେଶ ଏବେ କୋଭିଡରେ ସଂକ୍ରମିତ। ଚାଇନାର ଏହି ଘାତକ ଭାଇରସକୁ ରୋକିବା ପାଇଁ ୟୁପି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ୟୁପିରେ ନାଇଟ୍ କର୍ଫ୍ୟୁ, ସାପ୍ତାହିକ ଲକଡାଉନ୍ ସହିତ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏବେ କିନ୍ତୁ ଖୋଦ୍ ଶାସକ ଦଳର ମନ୍ତ୍ରୀ ତଥା ବିଜେପି ସାଂସଦମାନେ କୋଭିଡ ପରିଚାଳନା ନେଇ ନିଜ ସରକାରର ପୋଲ୍ ଖୋଲିଛନ୍ତି।
ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। କରୋନା ମୁକାବିଲା କରିବାକୁ ରାଜ୍ୟ ପାଖରେ ସମ୍ବଳର ଅଭାବ ନାହିଁ। ତିନି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ହସ୍ପିଟାଲରେ ବେଡ୍, ଅକ୍ସିଜେନ ଏବଂ ଔଷଧ ମହଜୁଦ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ବିଜେପି ସାଂସଦ କୌଶଲ କିଶୋର କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଧାରଣାରେ ବସିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ସେହିପରି ଯୋଗୀ ସରକାରରେ ଥିବା ଜଣେ ମନ୍ତ୍ରୀ ମଧ୍ୟ କୋଭିଡ୍ ପରିଚାଳନା ନେଇ ରାଜ୍ୟ ସରକାର ବିରୋଧରେ ସ୍ୱର ଉଠାଇଛନ୍ତି।
In the last 3 days, fresh COVID19 positive cases have gone down in the state. There in no shortage of beds, oxygen and life saving drugs in the State: Chief Minister Yogi Adityanath pic.twitter.com/JkRQy5KgHf
— ANI UP (@ANINewsUP) April 26, 2021
ୟୁପିର ଶ୍ରମ କଲ୍ୟାଣ ପରିଷଦର ସଭାପତି ତଥା ରାଜ୍ୟ ମନ୍ତ୍ରୀ ସୁନୀଲ ଭରାଲା ଏବଂ ମୋହନଲାଲଗଞ୍ଜର ବିଜେପି ସାଂସଦ କୌଶଲ କିଶୋର ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ଚିଠି ଲେଖିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ହେଲେ ମେରୁଟ ଏବଂ ଲକ୍ଷ୍ନୌର ସରକାରୀ ଡାକ୍ତରଖାନାର ବ୍ୟବସ୍ଥା ଏବଂ ପରିଚାଳନା ଠିକ୍ ଭାବରେ ହେଉନି ବୋଲି କହିଛନ୍ତି। ମେରୁଟ ହସ୍ପିଟାଲରେ ବେଡ୍, ଅକ୍ସିଜେନ ଏବଂ ଔଷଧ ଉପଲବ୍ଧ ନଥିବା ମନ୍ତ୍ରୀ ସୁନୀଲ ଭରାଲା ଅଭିଯୋଗ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ବ୍ୟକ୍ତିଗତ ଭାବରେ ନେବା ଦରକାର ବୋଲି ସେ କହିଛନ୍ତି।
ସେହିପରି ସାଂସଦ ଲେଖିଛନ୍ତି ତାଙ୍କ ଲୋକସଭା ଆସନରେ ଥିବା କେଜିଏମୟୁ ଏବଂ ବଳରାମପୁର ହସ୍ପିଟାଲରେ ଆବଶ୍ୟକ ବେଡ୍ ନାହିଁ। ସରକାର ଏବେ ଏହି ମାମଲାର ପରିଚାଳନା ଠିକ୍ ଭାବରେ କରିବା ଦରକାର। ହସ୍ପିଟାଲରେ ବେଡ୍ ଖାଲି ଥିବା ବେଳେ ଏଠାରେ ନିୟୋଜିତ ଅଧିକାରୀମାନେ ଛୁଟିରେ ଅଛନ୍ତି। ଯାହାକି କରୋନାକୁ ସମ୍ପୂର୍ଣ୍ଣ ଭାବରେ ଏଠି ଅଣଦେଖା କରାଯାଉଛି ବୋଲି ସାଂସଦ କହିଛନ୍ତି। ତେଣୁ ଆବଶ୍ୟକ ପଡ଼ିଲେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି।
The post ଯୋଗୀ କହିଲେ ସବୁ ଠିକଠାକ୍, ମନ୍ତ୍ରୀ ଓ ସାଂସଦ କିନ୍ତୁ ଖୋଲି ଦେଲେ ଗୁମର appeared first on Odisha Reporter.
from Odisha Reporter https://ift.tt/3xqhNW0
No comments:
Post a Comment