ବଦଳିଲା ବ୍ୟାଙ୍କିଂ ସମୟ, ୫୦ ପ୍ରତିଶତ କର୍ମଚାରୀ ଆସିବେ ଅଫିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ବଦଳିଲା ବ୍ୟାଙ୍କିଂ ସମୟ, ୫୦ ପ୍ରତିଶତ କର୍ମଚାରୀ ଆସିବେ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଗ୍ରାହକ ସେବା ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ ଉପଲବ୍ଧ ହେବ । ହେଲେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ସେବାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ଏହି ନୂଆ ନିୟମ ।

ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ,  ପ୍ରାୟ ୬ ଦିନ ହେବ ରାଜ୍ୟରେ ୬ ହଜାରରୁ ଊର୍ଦ୍ଧ୍ୱ  ସଂକ୍ରମିତ ଦୈନିକ ଚିହ୍ନଟ ହେଉଛନ୍ତି। ଏହା ପ୍ଲାଟୋ ଫେଜ ବୋଲି ଡିଏମଇଟି ନିର୍ଦ୍ଦେଶକ କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି। ଗତ ୨୪ ଘଣ୍ଟାରେ ରାଜ୍ୟରେ  ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଅପରପକ୍ଷେ, ଆଜି ରାଜ୍ୟରେ ୧୦ କରୋନାରେ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେଥିମଧ୍ୟରୁ କେବଳ ଖୋର୍ଦ୍ଧାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।   ଏହାବ୍ୟତୀତ ରାୟଗଡ଼ାରୁ ୨, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ବଦଳିଲା ବ୍ୟାଙ୍କିଂ ସମୟ, ୫୦ ପ୍ରତିଶତ କର୍ମଚାରୀ ଆସିବେ ଅଫିସ୍‌ appeared first on Odisha Reporter.



from Odisha Reporter https://ift.tt/2R1IZcO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages