ଭଦ୍ରକ(ପାର୍ଥ ସାରଥୀ ନାୟକ):ଭଦ୍ରକ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍ ଓଲଟି ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍ ଆଜି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ବସ୍ଟି ୧୬ ନଂ ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା। ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାର କାରଣ ଓ ଗାଡିରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳି ନାହିଁ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।
The post ଓଲଟି ପଡ଼ିଲା ‘ଅଜୟ ଆଣ୍ଡ୍ ଅଜୟ’ ବସ୍ appeared first on Odisha Reporter.
from Odisha Reporter https://ift.tt/3mb8rbr
No comments:
Post a Comment