ନୂଆଦିଲ୍ଲୀ: “ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫପିଆଇ)”କୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏହାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ୧୦,୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରାକୃତିକ ସମ୍ବଳ ସହିତ ଦେଶକୁ ବିଶ୍ୱ ଖାଦ୍ୟ ଭିତ୍ତିକ ପ୍ରୋତ୍ସାହନ ଭିତ୍ତିକ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଗ୍ରଣୀ କରାଇବା ତଥା ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଖାଦ୍ୟ ଉତ୍ପାଦଗୁଡ଼ିକର ଉନ୍ନତ ବ୍ରାଣ୍ଡିଂକୁ ପ୍ରୋତ୍ସାହନ ଦେବା।
ମୋଟାମୋଟି ଭାବରେ କହିବାକୁ ଗଲେ ଖାଦ୍ୟ ଉତ୍ପାଦନ ସହ ଜଡ଼ିତ ୟୁନିଟ୍ ଗୁଡ଼ିକର ନିର୍ଦ୍ଧାରିତ ସର୍ବନିମ୍ନ ବିକ୍ରି ଓ ପ୍ରକ୍ରିୟାକରଣ କ୍ଷମତାରେ ବୃଦ୍ଧି ଲାଗି ସର୍ବନିମ୍ନ ନିର୍ଦ୍ଧାରିତ ନିବେଶକୁ ସମର୍ଥନ ଯୋଗାଇ ଦେବା। ଏଭଳି ହେଲେ ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତୀୟ ୟୁନିଟ ଗୁଡ଼ିକରେ ସୁଧାର ଆସିବ। ଆଉ ପରୋକ୍ଷରେ କୃଷି କ୍ଷେତ୍ର ବାହାରେ ରୋଜଗାର ସୁଯୋଗ ବଢ଼ିବ। ଆଉ କୃଷି ଉତ୍ପାଦଗୁଡ଼ିକ ଲାଗି ଉପଯୁକ୍ତ ଲାଭକାରୀ ମୂଲ୍ୟ ଏବଂ କୃଷକମାନଙ୍କ ପାଇଁ ଉଚ୍ଚ ଆୟ ସୁନିଶ୍ଚିତ ହୋଇପାରିବ ବୋଲି ସରକାର ବିଶ୍ୱାସ ରଖିଛନ୍ତି।
ଏହାର ପ୍ରଥମ ଉପାଦାନରେ ଚାରିଟି ବଡ଼ ଖାଦ୍ୟ ଉତ୍ପାଦ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବାକୁ ସାମିଲ କରାଯାଇଛି। ଏଥିରେ ରାନ୍ଧିବା ଲାଗି ପ୍ରସ୍ତୁତ/ଖାଇବା ଲାଗି ପ୍ରସ୍ତୁତ (ରେଡି ଟୁ କୁକ୍/ରେଡି ଟୁ ଇଟ୍) ଖାଦ୍ୟ, ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା, ସାମୁଦ୍ରିକ ଉତ୍ପାଦ ଏବଂ ମୋଜରେଲା ଚିଜ୍ ସାମିଲ ରହିଛି। ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଅଭିନବ/ଜୈବିକ ଫ୍ରି ରେଞ୍ଜ ଉତ୍ପାଦ ଯେପରିକି ଅଣ୍ଡା, ପଲୁଟ୍ରି ମାଂସ, ଅଣ୍ଡା ଜାତୀୟ ଉତ୍ପାଦନ ମଧ୍ୟ ଉପରୋକ୍ତ ଉପାଦାନରେ ସାମିଲ ରହିଛି।
ଚୟନ ହୋଇଥିବା ଆବେଦନକାରୀଙ୍କୁ ପ୍ରଥମ ଦୁଇ ବର୍ଷ ୨୦୨୧-୨୨ ଏବଂ ୨୦୨୨-୨୩ରେ ସେମାନଙ୍କର ଆବେଦନପତ୍ର (ସର୍ବନିମ୍ନ ନିର୍ଦ୍ଧାରିତ)ରେ ବର୍ଣ୍ଣିତ ପ୍ଲାଣ୍ଟ ଏବଂ ମେସିନାରୀରେ ନିବେଶ କରିବାକୁ ପଡ଼ିବ। ନିର୍ଦ୍ଧାରିତ ନିବେଶ ସମ୍ପୂର୍ଣ୍ଣ କରିବା ଲାଗି ୨୦୨୦-୨୧ରେ କରାଯାଇଥିବା ନିବେଶକୁ ମଧ୍ୟ ଗଣନା କରାଯିବ।
ଭାରତୀୟ ବ୍ରାଣ୍ଡଗୁଡ଼ିକୁ ବିଦେଶରେ ପ୍ରୋତ୍ସାହିତ କରିବା ଲାଗି ଯୋଜନାରେ ଆବେଦନକାରୀ କମ୍ପାନୀଗୁଡ଼ିକ ପାଇଁ ଅନୁଦାନର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଷ୍ଟୋର ବ୍ରାଣ୍ଡିଂ, ଶେଲ୍ଫ ସ୍ପେସ୍ ରେଟିଂ ଏବଂ ମାର୍କେଟିଂ ପାଇଁ ଉଦ୍ଦିଷ୍ଟ। ଏହି ଯୋଜନା ୨୦୨୧-୨୨ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ଛଅ ବର୍ଷର ଅବଧି ପାଇଁ ଲାଗୁ କରାଯିବ।
ଯୋଜନା ଲାଗୁ ହେବା ଫଳରେ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇବ। ଏହାଦ୍ୱାରା ୩୩,୪୯୪ କୋଟି ଟଙ୍କାର ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ୨୦୨୬-୨୭ ସୁଦ୍ଧା ପାଖାପାଖି ୨.୫ ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଯୋଜନା ସର୍ବଭାରତୀୟ ଆଧାରରେ ଲାଗୁ ହେବ। ଏହି ଯୋଜନା ପ୍ରକଳ୍ପ ପରିଚାଳନା ଏଜେନ୍ସି (ପିଏମଏ) ମାଧ୍ୟମରେ ଲାଗୁ କରାଯିବ। ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ପାଇବ ଏବଂ ୩୩,୪୯୪ କୋଟି ଟଙ୍କାର ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ ହେବ ଏବଂ ୨୦୨୬-୨୭ ସୁଦ୍ଧା ପାଖାପାଖି ୨.୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ।
The post ବିଦେଶରେ କୃଷି ସାମଗ୍ରୀ ବିକ୍ରି ବୃଦ୍ଧିକୁ ନେଇ ମୋଦି ସରକାରର ବଡ଼ ନିଷ୍ପତ୍ତି appeared first on Odisha Reporter.
from Odisha Reporter https://ift.tt/3sHwTDT
No comments:
Post a Comment