ରାଜ୍ୟବାସୀଙ୍କୁ ଝଟକା; ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ରାଜ୍ୟବାସୀଙ୍କୁ ଝଟକା; ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦେଖଇ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମେ’ ୧ରୁ ମାଗଣା ଟିକାକରଣ କରାଯିବା ଘୋଷଣା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ମାତ୍ର ଏବେ ରାଜ୍ୟବାସୀଙ୍କୁ ମିଳିଛି ଏକ ଝଟକା। ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଏପରି ଆଶଙ୍କା ପ୍ରକଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ମେ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ । ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ହୋଇପାରେ । କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ । ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ।

ଏଥିସହ ସେ କହିଛନ୍ତି, ଫେଜ ଥ୍ରୀ ଟିକା ପାଇଁ କାଲିଠୁ ପଂଜୀକରଣ ହେବ।  COWIN ପୋର୍ଟାଲକୁ ଯାଇ ସମସ୍ତେ ପଂଜୀକରଣ କରିବେ  କିନ୍ତୁ ବର୍ତ୍ତମାନ ସ୍ଲଟ ଅପ୍ ଆପଏଣ୍ଟ ମିଳିବ ନାହିଁ  । ଯେବେ ଟିକା ମିଳିବ, ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ ଦେବୁ । ଏବେ ଯେତିକି ଟିକା ଅଛି, ତାହା ୨-୩ ଦିନ ଯିବ । ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଅଛି

ସୂଚନାଯୋଗ୍ୟ, ରାଜ୍ୟଧାନୀ ଭୁବନେଶ୍ୱରରେ ସଂକ୍ରମଣ ଏବ ଲଗାମଛଡ଼ା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବିଏମ୍‌ସି ପ୍ରସ୍ତୁତ କରିଛି ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ। ଏଥିନିମନ୍ତେ ମିଶନ ମୋଡ଼ରେ 10 ଲକ୍ଷ 34 ହଜାର କୋଭାକ୍ସିନ ଟିକା ରାଜ୍ୟବାସୀଙ୍କୁ ଦିଆଯିବା ନିମନ୍ତେ ଲକ୍ଷ ଧାର୍ଯ୍ୟ ହୋଇଛି। ଏହି ବେଗରେ ଗଲେ  ଭୁବନେଶ୍ୱରରେ ମାସକରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।   ହେଲେ ଟିକା ଆସିବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଟିକା ପହଞ୍ଚିଲେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

The post ରାଜ୍ୟବାସୀଙ୍କୁ ଝଟକା; ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ appeared first on Odisha Reporter.



from Odisha Reporter https://ift.tt/3dQBlep

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages