ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟାର ରିପୋର୍ଟ ଆସିଛି। ମଙ୍ଗଳବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୩,୨୩,୧୪୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ଗତ ୫ ଦିନ ତୁଳନାରେ କମ୍। ଅର୍ଥାତ୍ ସଂକ୍ରମିତଙ୍କ ସଂଖ୍ୟା କମିଛି। ଏହି ଅବଧି ମଧ୍ୟରେ ମୃତକଙ୍କ ସଂଖ୍ୟା ୨,୧୭୭ ରହିଛି। ୨,୫୧,୮୨୭ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟା ଦେଶ ପାଇଁ ଶୁଭ ସଙ୍କେତ, ହେଲେ ମୃତ୍ୟୁ ସଂଖ୍ୟା ଉଦବେଗ ଜନକ ରହିଛି।
ଉଲ୍ଲେଖଯୋଗ୍ୟ, ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୩,୫୨,୯୯୧ ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ଏହି ସଂଖ୍ୟା ୩ଲକ୍ଷ ୪୯ ହଜାର ୬୯୧, ଶନିବାର ୩,୪୬,୭୮୬, ଶୁକ୍ରବାର ୩ ଲକ୍ଷ ୩୨ ହଜାର ୭୩୦, ଗୁରୁବାର ୩ ଲକ୍ଷ ୩୨ ହଜାର ୭୩୦, ବୁଧବାର ୩,୧୪,୮୩୫ ଜଣ ଚିହ୍ନଟ ହୋଇଥିଲେ। ଆଜି ମଙ୍ଗଳବାର କିନ୍ତୁ ଏହି ସଂଖ୍ୟା କମି ୩ ଲକ୍ଷ ୨୩ ହଜାର ୧୪୪ ହୋଇଛି।
India reports 3,23,144 new #COVID19 cases, 2771 deaths and 2,51,827 discharges in the last 24 hours, as per Union Health Ministry
Total cases: 1,76,36,307
Total recoveries: 1,45,56,209
Death toll: 1,97,894
Active cases: 28,82,204Total vaccination: 14,52,71,186 pic.twitter.com/ynq5OSrzCT
— ANI (@ANI) April 27, 2021
ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ନାଇଟ୍ କର୍ଫ୍ୟୁ, ଲକଡାଉନ୍ ଏବଂ ସପ୍ତାହନ୍ତ ଲକଡାଉନ୍ ପାଇଁ ସଂକ୍ରମିତଙ୍କ ସଂଖ୍ୟା କମିଛି।
ମହାରାଷ୍ଟ୍ର ଏବଂ ଦିଲ୍ଲୀର କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାପରେ ଏହି ସଂଖ୍ୟା କମିଛି। ଅର୍ଥାତ୍ ଦେଶରେ କୋଭିଡର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର ଓ ଦିଲ୍ଲୀରେ କୋଭିଡ ସଂକ୍ରମଣ କମିଛି। ଯାହାକି ସାରା ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କମାଇଛି।
ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୪୮ ହଜାର ମାମଲା ଆସିଛି, ଯାହାକି ଗତ ସୋମବାର ଏହି ସଂଖ୍ୟା ୫୭ ହଜାର ଉପରେ ଥିଲା। ସେହିପରି ଦିଲ୍ଲୀରୁ ପ୍ରାୟ ୨୦ ହଜାର ଚିହ୍ନଟ ହୋଇଛନ୍ତି। ଯାହାକି ସାଧାରଣତଃ ୨୫ ହଜାରରୁ କମ୍ ରହିଛି। ଲକଡାଉନ୍ ଏବଂ କର୍ଫ୍ୟୁ ପାଇଁ ଏହି ସଂଖ୍ୟା ହ୍ରାସ ପାଇଥିବା ସୂଚନା ରହିଛି।
The post କୋଭିଡ ସଂକ୍ରମିତଙ୍କ ରିପୋର୍ଟରେ ଆଶ୍ୱସ୍ତି! ଲଢ଼େଇ ଆହୁରି ବାକି ରହିଛି appeared first on Odisha Reporter.
from Odisha Reporter https://ift.tt/2R2UbWU
No comments:
Post a Comment