ରାଫେଲ୍‌ ଚୁକ୍ତି: ଭାରତର ଜଣେ ମଧ୍ୟସ୍ଥିଙ୍କୁ କୋଟି କୋଟି ଟଙ୍କାର ଲାଞ୍ଚ ଦେଇଥିଲା ଡାସଲ୍ଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ରାଫେଲ୍‌ ଚୁକ୍ତି: ଭାରତର ଜଣେ ମଧ୍ୟସ୍ଥିଙ୍କୁ କୋଟି କୋଟି ଟଙ୍କାର ଲାଞ୍ଚ ଦେଇଥିଲା ଡାସଲ୍ଟ!

ନୂଆଦିଲ୍ଲୀ: ରାଫେଲ ଚୁକ୍ତି ନେଇ ପୁଣି ଥରେ ବଢ଼ିଛି ବିବାଦ। ଲଢ଼ୁଆ ବିମାନ କିଣାରେ ହୋଇଛି ଲାଞ୍ଚ କାରବାର। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ ଚୁକ୍ତି ନେଇ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରାଫେଲ ତିଆରି କରୁଥିବା କମ୍ପାନୀ `ଡାସଲ୍ଟ’ ଭାରତରର ଜଣେ ମଧ୍ୟସ୍ଥିଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ଉଠିଛି।

ଜଣେ ଭାରତୀୟ ମଧ୍ୟସ୍ତିଙ୍କୁ ୧ ମିଲିୟନ ୟୁରୋ ତଥା ଭାରତୀୟ ମୁଦ୍ରାରେ ପାଖାପାଖି ସାଢ଼େ ୮ କୋଟି ଟଙ୍କା  ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଦାବି କରିଛି। ଫ୍ରାନ୍ସର ଏକ ଗଣମାଧ୍ୟମ ଏନେଇ ଖୁଲାସା କରିବା ପରେ ଉଭୟ ଦେଶ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଫ୍ରାନ୍ସର ପବ୍ଲିକେସନ ‘ମିଡିଆପୋର୍ଟ’ ନିଜର ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ଡାସଲ୍ଟ  ଭାରତରେ ଜଣେ ମଧ୍ୟସ୍ତିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ଡାସଲ୍ଟ ଗ୍ରୁପ ଆକାଉଣ୍ଟରୁ ୫୦,୮୨୯୫ ୟୁରୋ `ଗିଫ୍ଟ ଟୁ କ୍ଲାଏଣ୍ଟସ’ ନାଁରେ ଟ୍ରାନ୍ସଫର ହୋଇଥିଲା । ଆଣ୍ଟି କରପସନ୍ ଏଜେନ୍ସି ଏଏଫଏ ଡାସଲ୍ଟ କମ୍ପାନୀ ଖାତାର ଅଡିଟ୍ କରିବା ବେଳେ ଏହି ଘଟଣାର ଖୁଲାସା ହୋଇଥିଲା।

ସେପଟେ ଏହି ଘଟଣାର ଖୁଲାସା ପରେ ଡାସଲ୍ଟ ସଫେଇ ଦେଇଛି ଯେ, ଟଙ୍କାର ବ୍ୟବହାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା । କିନ୍ତୁ ପ୍ରକୃତରେ ଏପରି କୌଣସି ମଡେଲ ତିଆରି ହୋଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଏଜେନ୍ସି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ୨୦୧୮ରେ ପାରାକୁଏଟ୍ ନ୍ୟାଶନାଲ ଫାଇନାନ୍ସର ନାମକ ଏକ ଏଜେନ୍ସି ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲା। ଅଭିଯୋଗ ଉଠିବା ପରେ ଅଡିଟ୍ ହୋଇଥିଲା ଏବଂ ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ କମ୍ପାନୀ ଡେଫସିସ୍ ସଲ୍ୟୁସନ ଏହି ୫୦ଟି ମଡେଲ ପ୍ରସ୍ତୁତ ପାଇଁ ଅଧା ଟଙ୍କା ଦେଇଥିବା ଇନଭଏସରେ ଦେଖିବାକୁ ମିଳିଛି । ଯାହାର ପ୍ରତିଟି ମଡେଲର ଦାମ୍‌ ୨୦ ହଜାର ୟୁରୋରୁ ଅଧିକ ରହିଛି ।

ସେପଟେ ଏ ସମସ୍ତ ଅଭିଯୋଗକୁ ନେଇ ଡାସଲ୍ଟ କୌଣସି ଉତ୍ତର ଦେଇ ନାହିଁ। ଏପରିକି କମ୍ପାନୀ ଅଡିଟ୍ ଏଜେନ୍ସିକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ । କାହାକୁ ଏହି ଉପହରା ରାଶି ଦିଆଯାଇଥିଲା ଏବଂ କାହିଁକି ସେ ନେଇ ମଧ୍ୟ କମ୍ପାନୀ ପାଖରେ କୌଣସି ଉତ୍ତର ନାହିଁ।

ଯେଉଁ କମ୍ପାନୀ ବାବଦରେ ରିପୋର୍ଟରେ ପ୍ରକାଶ ପାଇଛି ତାହା ପୂର୍ବରୁ ମଧ୍ୟ ବିବାଦରେ ଫସିଛି । ଏହାର ମାଲିକ ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ ଯାଇ ସାରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି ବିମାନ ଭାରତ ପାଇସାରିଛି ।

The post ରାଫେଲ୍‌ ଚୁକ୍ତି: ଭାରତର ଜଣେ ମଧ୍ୟସ୍ଥିଙ୍କୁ କୋଟି କୋଟି ଟଙ୍କାର ଲାଞ୍ଚ ଦେଇଥିଲା ଡାସଲ୍ଟ! appeared first on Odisha Reporter.



from Odisha Reporter https://ift.tt/2PRNvdw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages