କୋର୍ଟରେ ହାଜର ହେଲେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

କୋର୍ଟରେ ହାଜର ହେଲେ ବର୍ଷା

କଟକ(ଓଡ଼ିଶା ରିପୋର୍ଟର): କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହ ପାରିବାରିକ ବିବାଦ ମାମଲାରେ କୋର୍ଟରେ ଜର ହୋଇଛନ୍ତି ବର୍ଷା। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ହେବ ଶୁଣାଣି। ଆଜି ଉଭୟଙ୍କୁ ହାଜର ହେବା ପାଇଁ ପରିବାର କୋର୍ଟ ନିର୍ଦ୍ଦେଶ ଦେଇ ଥିଲେ।  ପୂର୍ବରୁ ଉଭୟଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ ବୋଲି  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ମାତ୍ର ଥରକୁ ଥର ଦିଲ୍ଲୀ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ କହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ସୂଚନାଯୋଗ୍ୟ, ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା ଅନୁଭବ ଜଣେ ପେସାଦାର ମଦ୍ୟପ ବୋଲି ବର୍ଷା ଅଭିଯୋଗ ଆଣିଥିଲେ।

ସେହିପରି ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ ।

ଅନ୍ୟପକ୍ଷରେ ଅନୁଭବ  ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍‌ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି କହିଥିଲେ।

The post କୋର୍ଟରେ ହାଜର ହେଲେ ବର୍ଷା appeared first on Odisha Reporter.



from Odisha Reporter https://ift.tt/3wp1w38

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages