ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗାଁରୁ ଗତ ରାତିରେ ୩ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନିଆଯାଇଥିବା ଜଣାଯାଇଛି। ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନକ୍ସଲ ଅପହରଣ କରିଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଏହା ପଛର କାରଣ ଜଣାପଡ଼ି ନାହିଁ।
ନକ୍ସଲମାନେ ସେମାନଙ୍କୁ କାହିଁକି ଅପହରଣ କଲେ, କେଉଁଠିକି ନେଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ। ପୁଲିସ୍ ପହଞ୍ଚି ତନାଘନା ଚଳାଇଥିବା ବେଳେ ଅପହୃତଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି।
The post ରାତି ଅଧରେ ୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହୃତ appeared first on Odisha Reporter.
from Odisha Reporter https://ift.tt/2PQEhi3
No comments:
Post a Comment