ଆଉ ଏକ ଟିକାକୁ ଖୁବଶୀଘ୍ର ଅନୁମତି ଦେଇପାରନ୍ତି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ଆଉ ଏକ ଟିକାକୁ ଖୁବଶୀଘ୍ର ଅନୁମତି ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଭାରତ ସରକାର ଆଉ ଏକ ଟିକା ସ୍ପୁଟନିକ ଭି (Sputnik V)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ସୂଚନା ରହିଛି। ଏହି ଟିକା ଋଷିଆ ଦ୍ୱାରା ପ୍ରସ୍ତୁତ ହୋଇଛି। ଆଗାମୀ ୧୦ ଦିନ ମଧ୍ୟରେ ଭାରତ ସରକାର ଏହି ଟିକାକୁ ଅନୁମତି ଦେବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଭାରତରେ ଏବେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଅନୁମତି ମିଳିଛି। ହେଲେ କୋଭିଶିଲ୍ଡ ଏକମାତ୍ର ଟିକା ଯାହାକୁ ଜରୁରୀ କାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିଛି।

‘ଦ ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ୍ ଭି ଋଷିଆର ଗୋମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜିରେ ବିକଶିତ ହୋଇଛି। ଏହି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ଭଳି ଦୁଇଟି ଟିକା ନେବାକୁ ହେବ। ହେଲେ ଏହାକୁ -୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାକୁ ପଡିବ। ଯାହାକି ବଡ଼ ଚ୍ୟାଲେଞ୍ଜ।

ମାର୍ଚ୍ଚରେ ଏହି ଟିକାକରଣର ମୁଖ୍ୟ ପ୍ରୋତ୍ସାହକ ଋଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଭାରତର ତିନୋଟି ସଂସ୍ଥା ସହିତ ମିଶି ୩୦୦ ନିୟୁତରୁ ଅଧିକ ଟିକା ତିଆରି କରିବ ବୋଲି ଘୋଷଣା କରିଥିଲା। ଟିକା ଉତ୍ପାଦନକାରୀମାନେ ଦାବି କରିଛନ୍ତି ଯେ ଏହି ଟିକା ୯୧ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଥାଏ। ପ୍ରାୟ ୫୯ ଟି ଦେଶରେ ଏପର୍ଯ୍ୟନ୍ତ ଏହି ଟିକା ଅନୁମୋଦନ ଦିଆଯାଇଛି। ଏହି ଟିକା ଦେଶର ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ସୂଚନା ରହିଛି। ଡକ୍ଟର ରେଡ୍ଡୀ ଲ୍ୟାବ ଭାରତରେ ସ୍ପୁଟନିକ ଭି ଟିକାର ପରୀକ୍ଷା କରୁଛି। ଏପ୍ରିଲ ୧ ରେ ଡକ୍ଟର ରେଡ୍ଡୀ ଲ୍ୟାବକୁ ଟିକା ବିଷୟରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ସରକାର କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କରୋନା କର୍ଫ୍ୟୁ, ତିନୋଟି ଟି- ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି।

The post ଆଉ ଏକ ଟିକାକୁ ଖୁବଶୀଘ୍ର ଅନୁମତି ଦେଇପାରନ୍ତି ସରକାର appeared first on Odisha Reporter.



from Odisha Reporter https://ift.tt/2Q6ZQL8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages