‘ଡନ୍’ କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

‘ଡନ୍’ କରୋନା ପଜିଟିଭ୍

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ତଥା ବିଏସପି ବିଧାୟକ ମୁଖତାର ଅନସାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁଇ ସପ୍ତାହ ତଳେ ସେ ବାନ୍ଦା ଜେଲରେ ଭର୍ତ୍ତି ହୋଇଥିଲେ। ଜେଲରେ ଭର୍ତ୍ତି କରାଯିବା ବେଳେ ମାଫିଆ ଡନ୍ ଅନସାରୀ କରୋନାରେ ସଂକ୍ରିମତ ହୋଇନଥିଲେ। ଏବେ କିନ୍ତୁ ସେ କରୋନାରେ ସଂକ୍ରମିତ ହୋଇଥିବା ଜେଲ୍ ପ୍ରଶାସନ କହିଛି। ଅନସାରୀଙ୍କ ସହିତ ଜେଲରେ ସଡାକାଟୁଥିବା ଆଉ କିଛି ଆକ୍ରାନ୍ତ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଅନସାରୀ କରୋନାରେ ସଂକ୍ରମିତ ହେବା ପରେ ଆଇସୋଲୋସନରେ ରଖାଯାଇଥିବା ସୂଚନା ରହିଛି। ଏବେ ଅନସାରୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। କରୋନା ଏବେ ବାୟୁମଣ୍ଡଳରେ ବ୍ୟାପୁଥିବାରୁ ଏବେ ଲୋକମାନେ ଘରେ ରହିଥିଲେ ମଧ୍ୟ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି।

ୟୁପିରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସ୍ଥିତି ଏମିତି ଯେ ହସ୍ପିଟାଲ ବାହାରେ ବସି ଆକ୍ରାନ୍ତ ଅକ୍ସିଜେନ ନେଉଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ନଥିବାରୁ ଅଳ୍ପ ସମୟ ଲେଖାଏଁ ସମସ୍ତଙ୍କୁ ଅକ୍ସିଜେନ ଯୋଗାଇ ଚିକିତ୍ସକ ବିକଳ୍ପ ବ୍ୟବସ୍ଥା କରୁଥିବା ସୂଚନା ରହିଛି।

ପଞ୍ଜାବର ରୋପର ଜେଲରେ ମୁଖତାର ଅନସାରୀ ଏକ ମାମଲାରେ ଜେଲରେ ଥିଲେ। ମୁଖତାର ଅନସାରୀକୁ ଆଣିବା ପାଇଁ ୟୁପି ସରକାର ଏବଂ ପଞ୍ଜାବ ସରକାର ମଧ୍ୟରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା। ତେବେ ଗତ ମାସରେ ମାର୍ଚ୍ଚ ୨୬ରେ କୋର୍ଟ ଏହି ରାୟ ଦେବାବେଳେ ମୁଖତାର ଅନସାରୀକୁ ଉତ୍ତରପ୍ରଦେଶ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏପ୍ରିଲ ୬ ତାରିଖ ଦିନ ଭୋର ୪ଟା ବେଳେ ଏହି ମାଫିଆ ଡନକୁ ବାନ୍ଦା ଜେଲରେ ପୁରାଇଥିଲା।

ଡନକୁ ଆଣିବା ପାଇଁ ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ବାନ୍ଦା ପୁଲିସର ଏକ ଟିମ୍ ପଞ୍ଜାବର ରୋପଡ ଜିଲ୍ଲା ଜେଲ ଯାଇଥିଲା। ଏହି ଟିମରେ ପ୍ରାୟ ୮୦ ଜଣ ପୁଲିସ କର୍ମଚାରୀ ଏବଂ ଅଧିକାରୀ ସାମିଲ ହୋଇଥିଲେ। ମୁଖତାର ଅନସାରୀ ଏବେ ବହୁଜନ ସମାଜ ପାର୍ଟିର ବିଧାୟକ। ବିଭିନ୍ନ ହତ୍ୟା ଏବଂ ଅପରାଧ ମାମଲାରେ ସଂଶ୍ଳିଷ୍ଟ ରହିଛନ୍ତି ଏହି ବାହୁବଳୀ ନେତା।

ୟୁପି ପୁଲିସର ସୂଚନାନୁସାରେ, ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ଅନସାରୀ ବିରୋଧରେ ପ୍ରାୟ ୫୨ଟି ମାମଲା ରୁଜୁ ହୋଇଛି। ସେ ଦୁଇ ବର୍ଷରୁ ଅଧିକ ସମୟ ପଞ୍ଜାବ ଜେଲରେ ଥିଲେ। ଏକ ବଟି ଆଦାୟ ମାମଲାରେ ଜେଲରେ ଥିଲେ। ଏହାପରେ ଅନସାରୀଙ୍କ ବିରୋଧରେ ଅନେକ ୱାରେଣ୍ଟ ଜାରି କରିଥିଲା ୟୁୁପି ପୁଲିସ। ହେଲେ ଅସୁସ୍ଥତା କାରଣରୁ ପଞ୍ଜାବ ପୁଲିସ ତାଙ୍କୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବାକୁ ରାଜି ହେଉନଥିଲା।

The post ‘ଡନ୍’ କରୋନା ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/3sQ8jQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages