ଶୂନରେ ଜୀବନଦାନ ପାଇଥିଲେ, ତା’ ପରେ ରଚି ଦେଲେ ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଶୂନରେ ଜୀବନଦାନ ପାଇଥିଲେ, ତା’ ପରେ ରଚି ଦେଲେ ଇତିହାସ

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗସର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶୂନରେ ଥିବା ବେଳେ ବଡ଼ ଜୀବନଦାନ ପାଇଥିଲେ। ଆଉ ଏହାର ଫାଇଦା ଉଠାଇ ଜାଡେଜା ରଚିଦେଲେ ଇତିହାସ। ରବିବାର ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ଜାଡେଜା ଚେନ୍ନାଇ ଇନିଂସର ଶେଷ ଓଭରରେ ଅବିଶ୍ୱସନୀୟ ବ୍ୟାଟିଂ କରିଛନ୍ତି। ଆରସିବିର ଯେଉଁ ବୋଲର ଚେନ୍ନାଇ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ, ସେହି ବୋଲରଙ୍କୁ କହି କହି ନିର୍ଧୁମ ଧୂଲେଇ କରିଛନ୍ତି। ସେହି ବୋଲର ଜଣକ ହେଉଛନ୍ତି ହର୍ଷଲ୍ ପଟେଲ।

ଜାଡେଜା ଶେଷ ଓଭରରେ ଆରସିବିର ସଫଳ ବୋଲର ହର୍ଷଲଙ୍କୁ ୩୭ ରନ୍ ମାରି ତାଙ୍କ ନିଜ ହଜାଇ ଦେଇଛନ୍ତି। ଏଥିସହ ଜାଡେଜା ଆଇପିଏଲ୍ ଇତିହାସରେ କୌଣସି ଓଭରରେ ୩୬ରୁ ଅଧିକ ରନ୍ କରିବା ମାମଲାରେ କ୍ରିସ୍ ଗେଲଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି।

୨୦୧୧ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ଖେଳୁଥିବା ଗେଲ୍ କୋଚି ଟସ୍କର୍ସ କେରଳ ବିପକ୍ଷ ମ୍ୟାଚରେ ପରମେଶ୍ୱରନଙ୍କ ଗୋଟିଏ ଓଭରରେ ୩୬ ରନ୍ ମାରିଥିଲେ। ଆଇପିଏଲରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ମାରିବାରେ ରାଇନାଙ୍କ ନାଁରେ ମଧ୍ୟ ରେକର୍ଡ ରହିଛି। ୨୦୧୪ରେ ରାଇନା ପଞ୍ଜାବ କିଙ୍ଗସ୍ ବିପକ୍ଷରେ ପରବିନ୍ଦର ଆୱାନାଙ୍କ ଓଭରରେ ୩୩ ରନ୍ ସଂଗ୍ରହ କରିଥିଲେ।

ଗୋଟିଏ ଓଭରରେ ୩୭ ରନ୍ ନେଇ ହର୍ଷଲ୍ ଆଇପିଏଲର ସବୁଠାରୁ ମହଙ୍ଗା ବୋଲର ହୋଇଛନ୍ତି। ହର୍ଷଲ ନିଜର ପ୍ରଥମ ତିନି ଓଭରରେ ୧୪ ରନ୍ ଦେଇ ୩ ୱିକେଟ୍‌ ନେଇଥିଲେ। ସେ ମଧ୍ୟ ଫାଫ୍ ଡୁପ୍ଲେସିସ, ଅମ୍ବାତି ରାୟୁଡୁ ଓ ସୁରେଶ ରାଇନାଙ୍କ ୱିକେଟ୍‌ ନେଇଥିଲେ। କିନ୍ତୁ ଶେଷ ଓଭରରେ ତାଙ୍କର ବୋଲିଂର ଧଜିଆ ଉଡ଼ାଇଥିଲେ ଜାଡେଜା। ଜାଡେଜା ଶେଷ ଓଭରରେ ୫ଟି ଛକା ମାରିଥିଲେ।

ଏଥିସହ ଜାଡେଜା ଆଇପିଏଲରେ ଗୋଟିଏ ଓଭରରେ ସର୍ବାଧିକ ଛକା ମାରିବାରେ ଗେଲ ଓ ରାହୁଲ୍ ତେୱାତିଆଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଗେଲ୍ ଓ ରାହୁଲ୍ ମଧ୍ୟ ଗୋଟିଏ ଓଭରରେ ୫ଟି ଛକା ମାରିଥିଲେ। ଜାଡେଜା ମଧ୍ୟ ଚେନ୍ନାଇ ପକ୍ଷରୁ ଆଇପିଏଲରେ ଲଗାତର ୪ଟି ଛକା ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

The post ଶୂନରେ ଜୀବନଦାନ ପାଇଥିଲେ, ତା’ ପରେ ରଚି ଦେଲେ ଇତିହାସ appeared first on Odisha Reporter.



from Odisha Reporter https://ift.tt/3aAw60o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages