ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଏବେ ଉପରମୁହାଁ। ଗତ କିଛି ଦିନ ଧରି ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ମହାମାରୀ। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଲା। ୨ ଜିଲ୍ଲାରୁ ୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ଥିବା ଜଣାଯାଇଛି।
ରାଜ୍ୟରେ ଆଜି ସମୁଦାୟ ୩,୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୫୨୩, କଟକରୁ ୧୬୩, ନବରଙ୍ଗପୁରରୁ ୧୫୬, ସମ୍ବଲପୁରରୁ ୧୫୩, ବାଲେଶ୍ୱରରୁ ୧୫୧, ନୂଆପଡ଼ାରୁ ୧୪୦, ବଲାଙ୍ଗିରରୁ ୧୩୩, ବରଗଡ଼ରୁ ୧୩୨, ଷ୍ଟେଟ୍ ପୁଲ୍ରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବ୍ୟତୀତ ପୁରୀରୁ ୧୧୪, କେନ୍ଦୁଝରରୁ ୧୦୫, ଝାରସୁଗୁଡ଼ାରୁ ୮୯, ଯାଜପୁରରୁ ୭୫, ମୟୂରଭଞ୍ଜୟରୁ ୭୧, ଗଞ୍ଜାମ ଓ କଳାହାଣ୍ଡିରୁ ୫୫ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭଦ୍ରକରୁ ୫୩, ଅନୁଗୁଳରୁ ୪୪, ସୁବର୍ଣ୍ଣପୁରରୁ ୪୨, ରାୟଗଡ଼ାରୁ ୩୮, କୋରାପୁଟରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୧୯, ଗଜପତି ଜିଲ୍ଲାରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
The post ରାଜ୍ୟରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୫୦୦ ପାର୍ କଲା ଖୋର୍ଦ୍ଧା appeared first on Odisha Reporter.
from Odisha Reporter https://ift.tt/32lwcV3
No comments:
Post a Comment