ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥଗିତ ହେଲା ମ୍ୟାଟ୍ରିକ୍ ଓ +୨ ପରୀକ୍ଷା। କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ହିଁ ପରୀକ୍ଷା ଉପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପଯୁକ୍ତ ସମୟ ଦିଆଯାଇ ଉଭୟ ପରୀକ୍ଷା କରାଯିବା ଉପରେ ନିଷ୍ପତ୍ତି ନିଆଯିବ। ଗୋଟିଏ ପଟେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ବେଳେ ଅନ୍ୟପଟେ ନବମ ଓ ଏକାଦଶ ପିଲା ସିଧାସଳଖ ଦଶମ ଓ ଦ୍ୱାଦଶକୁ ଉଠିବେ। ଏହି ଦୁଇଟି ଶ୍ରେଣୀର ପିଲାମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ ତାରିଖ ଠାରୁ ଏହିସବୁ କ୍ଲାସ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସହ ଅନୁବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ କ୍ଲାସ ବନ୍ଦ ରହିବ। ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ମେ ୩ରୁ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ଯାହା ମେ’ ୧୫ ତାରିଖରେ ଶେଷ ହୋଇଥାନ୍ତା।

ଏହା ପୂର୍ବରୁ ବୁଧବାର କେନ୍ଦ୍ର ସରକାର ସିବିଏସଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରାଯିବା ନେଇ ଘୋଷଣା କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସିବିଏସଇ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଘୋଷଣା କରିଥିଲେ।

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୟାଲ ନିଶଙ୍କ ଏହି ସୂଚନା ଦେଇଛନ୍ତି।

The post ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ appeared first on Odisha Reporter.



from Odisha Reporter https://ift.tt/3mT0Lef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages