ନୂଆଦିଲ୍ଲୀ: ଆଜି ଓଡ଼ିଆ ନବ ବର୍ଷ ସହିତ ପଣା ସଂକ୍ରାନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ନରେନ୍ଦ୍ର ମୋଦି ଟ୍ୱିଟରେ ଲେଖିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା। ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରୁଛି।
Happy Odia New Year! pic.twitter.com/PPjo1smM8e
— Narendra Modi (@narendramodi) April 14, 2021
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଆ ନବ ବର୍ଷରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା। ମହାପ୍ରଭୂ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରି ଦିଅନ୍ତୁ’।
ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା | ମହାପ୍ରଭୂ ଶ୍ରୀ ଜଗନ୍ନାଥ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରି ଦିଅନ୍ତୁ।
— Amit Shah (@AmitShah) April 14, 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି’।
ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।
pic.twitter.com/pvthqW8EiP— Dharmendra Pradhan (@dpradhanbjp) April 14, 2021
ତେବେ କୋଭିଡ୍ ପାଇଁ ପଣା ସଂକ୍ରାନ୍ତି ଉପରେ ପ୍ରଶାସନ ବିଭିନ୍ନ କଟକଣା ଲଗାଇଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଥିବାରୁ ମନ୍ଦିରରେ କଟକଣା ଲଗାଇଛି ପ୍ରଶାସନ।
ସେହିପରି ମୁସଲମାନ ଧର୍ମାବଲମ୍ୱୀଙ୍କ ରମଜାନ ମାସ ଆଜିଠାରୁ ଆରମ୍ଭ ହୋଇଛି। କରୋନା ବେଳେ ମସଜିଦରେ ସମୂହ ନମାଜ ପାଠ କରିବାକୁ ଅନୁମତି ମିଳିଛି। ହେଲେ 100ରୁ ଅଧିକ ଜଣ ନମାଜ ପାଠ କରିପାରିବେନି ବୋଲି କରିପାରିବେନି। ପ୍ରାର୍ଥନା କରିବା ସ୍ଥାନରେ ମୋଟ୍ କ୍ଷମତାର 50 ପ୍ରତିଶତକୁ ନେଇ ନମାଜ ପାଠ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ମସଜିଦକୁ ଆସୁଥିବା ସମସ୍ତ ଲୋକ ମାସ୍କ ଓ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଓଡ଼ିଆଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3uMJJ4j
No comments:
Post a Comment