ପୁରୀ(ଓଡ଼ିଶା ରିର୍ପୋଟର): ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନାର ଦ୍ୱିତୀୟ ଲହର କ୍ଷିପ୍ର ବେଗରେ ମାଡ଼ି ଚାଲିଥିବାରୁ ଏହାର ସ୍ପିଡରେ ବ୍ରେକ ଲଗାଇବାକୁ ମାସ୍କ ପିନ୍ଧା ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏପରିକି ଯିଏ ମାସ୍କ ପିନ୍ଧି ନ ଥିବ ତାଙ୍କ ନିକଟରୁ ଡବଲ ଜୋରିମାନା ଆଦାୟ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଏହି ନିୟମ ଜାଲରେ ପଡ଼ି ଯାଇଛନ୍ତି ପୁରୀର ଜଣେ ଟ୍ରାଫିକ କନେଷ୍ଟବଳ।
ନିୟମ ଲାଗୁ କରୁ କରୁ ନିଜେ ନିୟମ ଭୁଲିଗଲେ ଜଣେ ଟ୍ରାଫିକ କନେଷ୍ଟବଳ । ଆଉ ଶେଷରେ ଗଣିଲେ ଜରିମାନା । ଏପରି ଏକ ଘଟଣା ପୁରୀରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଟ୍ରାଫିକ କନେଷ୍ଟବଳଜଣକ ଡ୍ୟୁଟି କରୁଥିବା ବେଳେ ମାସ୍କ ପିନ୍ଧିବାକୁ କିନ୍ତୁ ଭୁଲି ଯାଇଥିଲେ। ଏହା ଟାଉନ ପୁଲିସ୍ ଅଧିକାରୀଙ୍କ ନଜରରେ ପଡ଼ିଗଲା। ତା’ ପରେ ସାଧାରଣ ଲୋକଙ୍କୁ ଧରପଗଡ଼ ପରି ଟ୍ରାଫିକ କନେଷ୍ଟବଳଙ୍କ ନିକଟରୁ ପୁଲିସ୍ ଆଦାୟ କରିଛି ୨ ହଜାର ଟଙ୍କା ଜରିମାନା। ଏନେଇ ପୁରୀ ଜିଲ୍ଲା ପୋଲିସ ଟୁଇଟ୍ କରି ଉଲ୍ଲେଖ କରାଯାଇଥିବା ବେଳେ ଚାଲାଣ କଟାଯିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।
On being brought to our notice, we have fined our own Traffic constable ₹2000 for not wearing mask. And he, as a responsible citizen has paid. Wear Mask always; Or Pay the fine. There is no alternative@DGPOdisha @odisha_police @cmo_odisha @SRC_Odisha @SecyChief @Puri_Official pic.twitter.com/obnlr7GbAE
— Puri Police (@SPPuri1) April 13, 2021
The post ମାସ୍କ ପିନ୍ଧି ନ ଥିଲେ ଟ୍ରାଫିକ କନେଷ୍ଟବଳ, କଟିଲା ଚାଲାଣ appeared first on Odisha Reporter.
from Odisha Reporter https://ift.tt/3se80yE
No comments:
Post a Comment