ଲଗାତର ଚାରୋଟି ମ୍ୟାଚ ହାରିବା ପରେ ୫ମ ମ୍ୟାଚରେ ଜିତିଲା କେକେଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ଲଗାତର ଚାରୋଟି ମ୍ୟାଚ ହାରିବା ପରେ ୫ମ ମ୍ୟାଚରେ ଜିତିଲା କେକେଆର

ଅହମଦାବାଦ: ଚଳିତ ଆଇପିଏଲ ସିଜିନରେ ଖରାପ ଫର୍ମ ପାଇଁ ଲଗାତର ୪ଟି ମ୍ୟାଚରେ ହାରିଥିବା କୋଲକାତା ନାଇଟ୍ ରାଇଡର୍ସ ଶେଷରେ ୫ମ ମ୍ୟାଚରେ ବିଜୟୀ ହୋଇଛି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଏହି ମ୍ୟାଚ ଜିତିଛି ଇଓନ ମୋର୍ଗାନଙ୍କ ନେତୃତ୍ୱାଧୀନ କେକେଆର ଟିମ୍। କୋଲକାତା ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି।

କେକେଆର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୨୩ ରନ୍ କରିଥିଲା। ଫଳରେ ଲଗାତର ୪ଟି ମ୍ୟାଚ ହାରିଥିବା କେକେଆରକୁ ବିଜୟ ପାଇଁ ୧୨୪ ରନ୍ କରିବାକୁ ପଡ଼ିଥିଲା।  ଆଉ ଟାର୍ଗେଟ ପିଛା କରି ପଡ଼ିଆକୁ ଓହ୍ଲାଇଥିବା କେକେଆର ୧୬.୪ ଓଭରରେ ୫ଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। କ୍ରମାଗତ ଚାରିଟି ପରାଜୟ ପରେ ଚଳିତ ଆଇପିଏଲ୍ରେ ଏହା କୋଲକାତାର ପ୍ରଥମ ବିଜୟ ଥିଲା। ଉଭୟ ଦଳ ବର୍ତ୍ତମାନ ୬ଟି ମ୍ୟାଚରୁ ଚାରି ପଏଣ୍ଟ ପାଇଛନ୍ତି, କିନ୍ତୁ କେକେଆର୍ ଭଲ ରନ୍ ଆଧାରରେ ପଏଣ୍ଟ ଟେବୁଲରେ ପାଞ୍ଚ ନମ୍ବରକୁ ଉନ୍ନୀତ ହୋଇଛି।

ସୋମବାର କିନ୍ତୁ କେକେଆର କ୍ୟାପଟେନ ଇଏନ୍ ମୋର୍ଗାନ୍ ପଞ୍ଜାବ କିଙ୍ଗସ ବିପକ୍ଷରେ ଅଧିନାୟକ ଇନିଂସ ଖେଳିଥିଲେ। ୪୦ଟି ବଲରେ ୪୭ ରନ୍ କରି ସେ ଦଳକୁ ବିଜୟୀ କରାଇଥିଲେ। ଜବରଦସ୍ତ ଇନିଂସ ପାଇଁ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

କ୍ୟାପଟେନ ଇଏନ୍ ମୋର୍ଗାନ୍ ମ୍ୟାଚ ବିଜୟୀ ହେବା ପରେ କହିଛନ୍ତି, ଆମେ ସହଜରେ ବିଜୟ କେବେ ହେଲେ ଏହି ମ୍ୟାଚ ଜିତି ନାହୁଁ। ଏଥିପାଇଁ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ସମସ୍ତଙ୍କୁ ଫିଲ଼୍ଡରେ କଠିନ ପରିଶ୍ରମ କରିଛୁ। ଆଜି ଦଳର ବୋଲର ମାନେ ପ୍ରଭାବଶାଳୀ ବୋଲିଂ କରିବାରୁ ବୋଲରମାନେ ଇନିଂସକୁ ନିଜ ନିୟନ୍ତ୍ରଣରେ ରଖିପାରିଥିଲେ। ଯେଉଁଥିପାଇଁ ପଞ୍ଜାବ ବଡ୍ ରନ କରିବାରେ ବିଫଳ ହୋଇଥିଲା।

ଦଳର ବୋଲିର ଶିବମ ମାଭିଙ୍କର ଏହା ଦ୍ୱିତୀୟ ମ୍ୟାଚ୍ ଥିଲା। କ୍ରିସ୍ ଗେଲଙ୍କୁ ବ୍ୟାଟ ଚାଲିବା ପୂର୍ବରୁ ଶିବମ ତାଙ୍କୁ ଆଉଟ୍ କରି ଦେଇଥିଲେ। ଯେଉଁଥିପାଇଁ ପଞ୍ଜାବ ବଡ଼ ସ୍କୋର କରିପାରିନଥିଲା। ପୂର୍ବ ମ୍ୟାଚରେ ମଧ୍ୟ ଶିବମ ଏଭଳି ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ କେକେଆର ଏହି ମ୍ୟାଚ ଜିତିବା ପଛରେ ସମସ୍ତ ଶ୍ରେୟ ଶିବମଙ୍କର ବୋଲି କ୍ୟାପଟେନ କହିଥିଲେ।

ଏଥିସହିତ, ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। ତାଙ୍କ ବୋଲର ଡ୍ରିଫ୍ଟ ଏବଂ ଟର୍ନ ଉପରେ ନିର୍ଭର ନକରି ଭଲ ପ୍ରଦର୍ଶନ କରିବାରେ ସକ୍ଷମ ବୋଲି ମୋର୍ଗାନ୍ କହିଥିଲେ।

The post ଲଗାତର ଚାରୋଟି ମ୍ୟାଚ ହାରିବା ପରେ ୫ମ ମ୍ୟାଚରେ ଜିତିଲା କେକେଆର appeared first on Odisha Reporter.



from Odisha Reporter https://ift.tt/3dVSEdW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages