ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ୱାସ୍‌ଆପ୍‌ରେ ସୂଚନା ପାଇବେ ଅଭିଭାବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 26, 2021

ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ୱାସ୍‌ଆପ୍‌ରେ ସୂଚନା ପାଇବେ ଅଭିଭାବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ପର୍ଯ୍ୟନ୍ତ ଚାଲିବ ନାମଲେଖା। ଏନେଇ ସେଥିପାଇଁ ସବୁ DEO, BEO ଓ DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ନାମଲେଖା। ପାଇଁ ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଶିକ୍ଷା ସଂଯୋଗ ଦ୍ୱାରା ହ୍ୱାସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ମହାମାରୀ କରୋନା ପାଇଁ ଗତ ଶିକ୍ଷାବର୍ଷରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ତାଲା ପଡ଼ିଛି। ତେବେ କରୋନାର ଭୟଙ୍କର ରୂପ ଦେଖି ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉନ୍ନିତ କରିଥିଲେ। ଏବେ ମଧ୍ୟ ପିଲାମାନେ ଘରେ ଅଛନ୍ତି। ଆଜି ପର୍ଯ୍ୟନ୍ତ ସ୍କୁଲ ଆସୁନାହାନ୍ତି। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ପଇସା, ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଛି।

ତେବେ ସ୍ଥିତିରେ ସୁଧାର ଆସିଲଷ ଚଳିତବର୍ଷ ପିଲାମାନେ ସ୍କୁଲ ଆସିବେ ବୋଲି ଆକଳନ କରାଯାଉଛି। କାରଣ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଆଜିଠାରୁ ନାମଲେଖା କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

 

The post ଆଜିଠୁ ସରକାରୀ ସ୍କୁଲରେ ନାମଲେଖା, ହ୍ୱାସ୍‌ଆପ୍‌ରେ ସୂଚନା ପାଇବେ ଅଭିଭାବକ appeared first on Odisha Reporter.



from Odisha Reporter https://ift.tt/3vmId9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages