ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଠିକଣା ପଚାରିବା ବାହାନରେ ୧୧ ବର୍ଷର ଜଣେ ଛାତ୍ରଙ୍କୁ ଜବରଦସ୍ତି କାର୍ରେ ଉଠାଇ ନେଲେ ଦୁର୍ବୃତ୍ତ। ହେଲେ କିଛି ବାଟ ଯିବା ପରେ କାର୍ ବାହାରକୁ ଫୋପାଡ଼ି ଦେଲେ। ଏହାପରେ ପିଲାଟି ଦୌଡ଼ି ଦୌଡ଼ି ସେଠାରୁ ଆସି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗତ ମଙ୍ଗଳବାର ଇନଫୋସିଟି ଥାନା ଅଧୀନ ପ୍ରଶାନ୍ତି ବିହାର ଅଞ୍ଚଳରେ ଘଟିଛି।
ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ୍ ଘଟଣାର ତଦନ୍ତ କରୁଥିବା ନ ଥିବା ଛାତ୍ରଙ୍କ ବାପାମା’ ଅଭିଯୋଗ କରିଛନ୍ତି।
ଏନେଇ ଛାତ୍ରଜଣକ କହିଛନ୍ତି, ଏକ କାର୍ରେ ୩ ଜଣ ଆସି ଅଟକିଥିଲେ। ଏହାପରେ ମୋତେ ଡାକିଲେ, ନାଁ, କ୍ଲାସ, ଘର କେଉଁଠି ବୋଲି ପଚାରିଲେ। ଏହା କହି ପଛକୁ ବୁଲିବାରୁ ପାଟି ବନ୍ଦ କରି ଟେକି କାର୍ରେ ନେଇଗଲେ। ଏହାପରେ ବାରଙ୍ଗ ଆଗକୁ ଯାଇ କାର୍ରୁ ବାହାରକୁ ଫୋପାଡ଼ି ଦେଇଥିଲେ। ସେଠାରୁ ଦୌଡ଼ି ଦୌଡ଼ି ନନ୍ଦନକାନନ ଆସିଲି। ସେଠାରୁ ଏକ ଫଳ ଦୋକାନରୁ ବାପାଙ୍କ ପାଖକୁ ଫୋନ କଲି। ବାପା ସେଠାରୁ ମୋତେ ଆଣିଲେ।
ଏନେଇ ଅପହୃତ ଛାତ୍ରଙ୍କ ମା’ କହିଛନ୍ତି,ପୁଲିସ୍ କିଛି ସହଯୋଗ କଲାନି। ପ୍ରଥମେ ଥାନାକୁ ଯିବାରୁ କୁଆଡ଼େ ରାଗିକି ପଳାଇଥିବ ବୋଲି ପୁଲିସ୍ କହିଲା। ଏହାପରେ ପିଲା ଫୋନ୍ କରିବା ପରେ ମଧ୍ୟ ପୁଲିସ୍ ତତ୍ପରତା ଦେଖାଇ ଘଟଣାର ତଦନ୍ତ କରୁନି। ପିଲାଙ୍କୁ କ’ଣ ସବୁବେଳେ ଘର ଭିତରେ ପୁରାଇ କି ରଖିବୁ। ସେମାନେ ଦୋକାନବଜାର ଯିବେ। ସାହିପଡ଼ିଶା ଘରକୁ ଯିବେ। ହେଲେ ଏବେ ସେମାନେ ସୁରକ୍ଷିତ ନୁହନ୍ତି । ”
ତେବେ କିଏ ଓ କାହିଁକି ପିଲାଟିକୁ କାର୍ରେ ଉଠାଇନେଲା, ସେମାନଙ୍କ ଉଦ୍ଦେଶ୍ୟ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନି।
The post ନାଁ, ଘର କେଉଁଠି ପଚାରିଲେ, ପରେ କାର୍ରେ ଉଠାଇ ନେଲେ appeared first on Odisha Reporter.
from Odisha Reporter https://ift.tt/3wkPmIB
No comments:
Post a Comment