ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ରାତିରେ ସେ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଆଲିଆ ଲେଖିଛନ୍ତି ଯେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସେ ତାଙ୍କ ଘରେ ଏକାନ୍ତବାସରେ ଅଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ ମାନି ସମସ୍ତ ପ୍ରକାର ସୁରକ୍ଷିତ ପଦକ୍ଷେପ ଆପଣାଇଛନ୍ତି। ତା’ ସହିତ ସେ ତାଙ୍କର ଫ୍ୟାନ୍ ମାନଙ୍କୁ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି।
ଏବେ ଆଲିଆ ମୁମ୍ବାଇରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ି’ର ଶୁଟିଂରେ ବ୍ୟସ୍ତ ଥିଲେ।
ମାର୍ଚ୍ଚ ମାସ ଆରମ୍ଭରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେହି ମାସରେ ରଣବୀର କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ବୟଫ୍ରେଣ୍ଡ ରଣବୀରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଆଲିଆ କିଛି ଦିନ ଆଇସୋଲେସନ୍ରେ ରହିଥିଲେ। ସେତେବେଳେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।
ସୂଚନାଯୋଗ୍ୟ, ଗତ ମାସରେ ଆମୀର ଖାନ୍, ଆର୍ ମାଧବନ, କାର୍ତ୍ତିକ ଆର୍ଯ୍ୟନ, ପରେଶ ରାୱଲ ଓ ସତୀଶ କୌଶକ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେଶ କରୋନା ଟିକାର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଏଥିରେ ଆକ୍ରାନ୍ତ ହୋଇଥିଲେ।
The post ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/39xFlOA
No comments:
Post a Comment