ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): CBSC/ ICSC ରାସ୍ତାରେ ଯାଇଛି ଗଣଶିକ୍ଷା ବିଭାଗ। ଶେଷରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏନେଇ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, “ଏବେ ରାଜ୍ୟରେ କରୋନା ମହାମାରୀ ପିକ୍ରେ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି। ଗ୍ରେଡେସନ ବା ମାର୍କି କିପରି ହେବ ତାହା ବୋର୍ଡ ନିର୍ଦ୍ଧାରିତ କରିବ। ”
ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ବାତିଲ କରାଗଲା। ଏହି ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ। ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ।
ସୂଚନାଯୋଗ୍ୟ, ପରୀକ୍ଷା ବାତିଲ ଦାବିରେ ଗତକାଲି ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ବହୁ ଛାତ୍ରଛାତ୍ରୀ। ଏହାପରେ ଆଜି ମଧ୍ୟ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଦଶମ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଏପରିକି ଜିଲ୍ଲାପାଳଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବିଭିନ୍ନ ଆଡ଼ୁ ପ୍ରତିବାଦ ଆରମ୍ଭ ହେବା ପରେ ଆଜି ଏନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା। ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ। ମାତ୍ର ପୁଣିଥରେ କରୋନା ଲେଉଟିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
The post ବାତିଲ ହେଲା ଦଶମ ବୋର୍ଡ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/2P5IkXg
No comments:
Post a Comment