କାମ କରୁଥିବା ବେଳେ ତିନି ଓଏନଜିସି କର୍ମଚାରୀ ଅପହୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

କାମ କରୁଥିବା ବେଳେ ତିନି ଓଏନଜିସି କର୍ମଚାରୀ ଅପହୃତ

ଗୌହାଟି: ବୁଧବାର ସକାଳେ ଆସାମର ଶିବସାଗର ଜିଲ୍ଲାରୁ ତିନି ଜଣଙ୍କୁ ଅପହରଣ କରିଛନ୍ତି ଦୁର୍ବୃତ୍ତ। ଏହି ତିନି ଜଣ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ୍ ଲିମିଟେଡ୍ (ଓଏନଜିସି)ର କର୍ମଚାରୀ। ଦୁର୍ବୃତ୍ତମାନେ ଏହି ତିନି ଜଣଙ୍କୁ ଯେଉଁ ଗାଡ଼ିରେ ଅପହରଣ କରିଥିଲେ ତାହା ଉଦ୍ଧାର ହୋଇଛି। ଅପହରଣ ବେଳେ ଦୁର୍ବୃତ୍ତ ବନ୍ଧୁକ ଧରିଥିଲେ ବୋଲି ସୂଚନା ରହିଛି।

ତିନି କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଜୁନିୟର ଇଞ୍ଜିନିୟର ଆସିଷ୍ଟାଣ୍ଟ ଏବଂ ଜଣେ ଜୁନିୟର ଟେକ୍ନିସିଆନ। ଯେଉଁ ଗାଡ଼ିରେ ଏହି ତିନି ଅପହରଣ ହୋଇଥିଲେ ତାହା ନାଗାଲାଣ୍ଡ-ଆସାମ ସୀମା ନିକଟ ନିମୋଙ୍ଗର ଜଙ୍ଗଲରୁ ଉଦ୍ଧାର ହୋଇଛି। ଏହି ଗାଡିଟି ଓଏନଜିସିର ବୋଲି ଜଣାପଡ଼ିଛି। ତିନି ଓଏନଜିସି କର୍ମଚାରୀ ହେଲେ ମୋହିନୀ ମୋହନ ଗୋଗୋଇ, ରିତୁଲ ସାଇକିଆ ଏବଂ ଆଲାକେଶ ସାଇକିଆ ବୋଲି ଜଣାପଡିଛି।

ଓଏନଜିସି ଏହାକୁ ନେଇ ପ୍ରତିକ୍ରିୟା ରଖିଛି। କିଛି ଅଜ୍ଞାତ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ। ସକାଳେ ଦୁଇଜଣ ଜୁନିୟର ଇଞ୍ଜିନିୟର  ଏବଂ ଜଣେ ଜୁନିୟର ଟେକ୍ନିସିଆନଙ୍କୁ ସେମାନେ ଅପହରଣ କରିଛନ୍ତି। ଏହି ଅପହରଣ ଶିବସାଗର ଜିଲ୍ଲାର ଲାକୱା ସ୍ଥାନରୁ ହୋଇଛି।

ଶିବସାଗର ଜିଲ୍ଲାର ପୁଲିସ ଅଧିକାରୀ ଅମିତାଭ ସିହ୍ନା କହିଛନ୍ତି ଯେ ଅପହରଣ ବାବଦରେ ସେ ଅବଗତ ଅଛନ୍ତି। ଅପହରଣ ହୋଇଥିବା କର୍ମଚାରୀଙ୍କୁ ସୁରକ୍ଷିତ ଆଣିବା ପାଇଁ ସନ୍ଦେହଜନକ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ହେଲେ କିଏ ଅପହରଣ କରିଛନ୍ତି ଏବଂ ଅପହରଣ ପଛର ଉଦ୍ଦେଶ୍ୟ କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପହରଣ ହୋଇଥିବା ଅଞ୍ଚଳରେ ଥିବା ସମସ୍ତ ଥାନା ଏବଂ ପାଖ ଜିଲ୍ଲାକୁ ଏ ବାବଦରେ ଅବଗତ କରାଯାଇଛି। ବିଭିନ୍ନ ସ୍ଥାନରେ ତିନି ଓଏନଜିସି କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ସୂଚନା ରହିଛି।

The post କାମ କରୁଥିବା ବେଳେ ତିନି ଓଏନଜିସି କର୍ମଚାରୀ ଅପହୃତ appeared first on Odisha Reporter.



from Odisha Reporter https://ift.tt/3dDhuPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages