ଟସ୍ ହାରିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଟସ୍ ହାରିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ: ଚଳିତ ଆଇପିଏଲର ୧୯ଶ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଜବରଦସ୍ତ ଫର୍ମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚରେ ଚେନ୍ନାଇ ଟିମରେ କିଛିଟା ପରିବର୍ତ୍ତନ କରାଯାଇଛି। ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲୀ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଡ୍ୱେନ୍ ବ୍ରାଭୋଙ୍କୁ ସାମିଲ୍ କରାଯାଇଛି। ସେହିପରି ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କୁ ସୁଯୋଗ ମିଳିଛି।

ସେହିପରି ଆରସିବି ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। କେନ୍ ରିଚାର୍ଡସନ୍ ଓ ଶାହବାଜ ଅହମ୍ମଦ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ଡାନିଏଲ କ୍ରିଷ୍ଟିଆନ୍ ଓ ନଭଦୀପ ସାଇନିଙ୍କୁ ସାମିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଚେନ୍ନାଇ ଓ ଆରସିବି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ଦ୍ୱିତୀୟରେ ରହିଛି। ଆଜିର ମ୍ୟାଚର ବିଜେତା ଟିମ୍ ଟେବୁଲର ଶୀର୍ଷ ସ୍ଥାନ କବଜା କରିବ।

ଚୂଡ଼ାନ୍ତ ଏକାଦଶ

ଚେନ୍ନାଇ ସୁପର୍ କିଙ୍ଗସ୍: ଫାଫ ଡୁପ୍ଲେସିସ୍,  ଋତୁରାଜ ଗାଏକ୍ୱାଡ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ସାମ୍ କୁରାନ୍, ଡ୍ୱେନ୍ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଇମ୍ରାନ୍ ତାହିର୍, ଦୀପକ ଚହର୍।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ‍, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ କ୍ରିଷ୍ଟିଆନ୍, କାଇଲ୍‌ ଜେମିସନ୍, ହର୍ଷଲ୍ ପଟେଲ, ନଭଦୀପ ସାଇନି, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ସିରାଜ୍।

The post ଟସ୍ ହାରିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ appeared first on Odisha Reporter.



from Odisha Reporter https://ift.tt/3aDcMzF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages