ଟିକା ପରେ ହସ୍ପିଟାଲରୁ ଚୋରି ହୋଇଗଲା କରୋନା ଇଞ୍ଜେକସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଟିକା ପରେ ହସ୍ପିଟାଲରୁ ଚୋରି ହୋଇଗଲା କରୋନା ଇଞ୍ଜେକସନ୍‌

ଭୋପାଲ: ମହାମାରୀ କରୋନା ସଂକ୍ରମଣ ଭିତରେ ସରକାରୀ ହସ୍ପିଟାଲରେ ଚାଲିଥିବା ଅବହେଳାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ପୂର୍ବରୁ ରାଜସ୍ଥାନର ଗୋଟିଏ ସରକାରୀ ହସ୍ପିଟାଲରୁ କରୋନା ଟିକାର ଡୋଜ୍‌ ଚୋରି ହୋଇଯାଇଥିଲା। ଏବେ କରୋନା ପାଇଁ ଗେମଚେଞ୍ଜର ସାବ୍ୟସ୍ତ ହେଉଥିବା ଇଞ୍ଜେକସନ୍‌ ମଧ୍ୟପ୍ରଦେଶର ଭୋପାଲ ଠାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରୁ ଚୋରି ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରକେ ୮୦୦ଟି ରେମଡେସିଭିର ଇଞ୍ଜେକସନ ଚୋରି ହୋଇଯାଇଥିବା ଖବର ସାମ୍ନାକୁ ଆସିଛି।

ବର୍ତ୍ତମାନ ସାରା ଦେଶରେ ରେମଡେସିଭିର ଇଞ୍ଜେକସନର ସଙ୍କଟ ଦେଖିବାକୁ ମିଳୁଛି। ଏଥିପାଇଁ ସରକାର ମଧ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଫାଇଦା ନେଇ କଳାବଜାରୀ ମଧ୍ୟ ହେଉଛି। ଏସବୁ ଭିତରେ ଇଞ୍ଜେକସନ ଚୋରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମଧ୍ୟପ୍ରଦେଶର ଭୋପାଲର ଗାନ୍ଧି ମେଡିକାଲ କଲେଜ୍‌ରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୮୦୦ ରେମଡେସିଭିର ଇଞ୍ଜେକସନ ରଖା ଯାଇଥିଲା। ତେବେ ଷ୍ଟୋର ରୁମରୁ ଏହା ଚୋରି ହୋଇଯାଇଥିବା ଜଣାପଡ଼ିଛି। ଚୋରି ଖବର ମିଳିବା ପରେ ମେଡିକାଲ ଏଡୁକେସନ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଗାନ୍ଧି ମେଡିକାଲ କଲେଜ୍‌ରେ ପହଞ୍ଚିଥିଲେ।

ସେ କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ଇଞ୍ଜେକସନ ହସ୍ପିଟାଲର ଷ୍ଟୋର ରୁମରୁ ଚୋରି ହେବା ଚିନ୍ତାର ବିଷୟ। ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ,ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ।” ଡିଆଇଜି ଇର୍ଶଦ ୱାଲି ମଧ୍ୟ ଖବର ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଖୁବଶୀଘ୍ର ଚୋରି ପଛରେ ଥିବା ଲୋକଙ୍କୁ ଧରାଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ମଧ୍ୟପ୍ରଦେଶରେ ରେମଡେସିଭିରର ଘୋର ଅଭାବ ଦେଖାଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ କଳାବଜାରରେ ଗୋଟିଏ ଇଞ୍ଜେକସନର ମୂଲ୍ୟ ୨୦ ହଜାର ଟଙ୍କାରେ ପହଞ୍ଚି ଯାଇଥିଲା। କଳାବଜାରୀ ରୋକିବା ପାଇଁ ସରକାର ନିଜେ ରେମଡେସିଭିର ବିଭିନ୍ନ ହସ୍ପିଟାଲକୁ ଯୋଗାଇବା ଆରମ୍ଭ କରିଥିଲେ।

ହସ୍ପିଟାଲ ବେଡ୍‌ ଓ କରୋନା ରୋଗୀଙ୍କ ସଂଖ୍ୟା ଦେଖି ଇଞ୍ଜେକସନ ପଠାଯାଉଛି। କରୋନାରେ ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମଣର ସମ୍ମୁଖୀନ ହେଉଥିବା ଜଣେ ରୋଗୀଙ୍କୁ ୫ ଦିନ ମଧ୍ୟରେ ରେମଡେସିଭିର୍‌ର ୬ଟି ଫୁଲ ଇଞ୍ଜେକସନ ନେବାକୁ ପଡ଼ିବ।

The post ଟିକା ପରେ ହସ୍ପିଟାଲରୁ ଚୋରି ହୋଇଗଲା କରୋନା ଇଞ୍ଜେକସନ୍‌ appeared first on Odisha Reporter.



from Odisha Reporter https://ift.tt/3tuakD2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages