ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି। ନିଜ ସୁନ୍ଦରତା ଏବଂ ଫିଟ୍ନେସ୍ ପାଇଁ ବି-ଟାଉନ୍ରେ ବେଶ୍ ଜଣାଶୁଣା। ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ। ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କର ତଥାକଥିତ ବୟଫ୍ରେଣ୍ଡ ଟାଇଗର ସ୍ରଫଙ୍କୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଛନ୍ତି।
ଟାଇଗରଙ୍କୁ ମାତ୍ ଦେବା ପାଇଁ ଦିଶା କରୁଛନ୍ତି ବଟରଫ୍ଲାଏ କିକ୍। ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଶା ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, “#throwback ମୋର ଯେତେବେଳେ ପର ଥିଲା।’
ଦିଶାଙ୍କ ଏହି ଭିଡିଓଟି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି। ଦିଶାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଛନ୍ତି। ଟାଇଗର ସ୍ରଫଙ୍କ ସହ ରହିବାର ଏହା ପ୍ରଭାବ ବୋଲି ଜଣେ ସୋଶାଲ ମିଡିଆ ୟୁଜର୍ସ ଲେଖିଛନ୍ତି।
୨୦୧୬ରେ ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରୁ ବଲିଉଡରେ ଡେବ୍ୟୁ କରିଥିଲେ ଦିଶା। ଏହାପରେ ତାଙ୍କୁ `ବାଗି-୨’ ଏବଂ `ଭାରତ’ ଓ `ମଲଙ୍ଗ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଫିଲ୍ମ `ରାଧେ’ ରିଲିଜ ଅପେକ୍ଷାରେ ରହିଛି। ଏହି ଫିଲ୍ମରେ ସଲମାନ ଖାନ୍ ଲିଡ୍ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍ରେ ଦିଶାଙ୍କୁ ଦେଖବାକୁ ମିଳିବ।
View this post on Instagram
The post ଟାଇଗର୍ଙ୍କୁ ମାତ୍ ଦେବେ ଦିଶା! appeared first on Odisha Reporter.
from Odisha Reporter https://ift.tt/32n4F5V
No comments:
Post a Comment