କମୁନି ସଂକ୍ରମଣ, ଖୁବ୍‌ଶୀଘ୍ର ଓଡ଼ିଶାକୁ ଫେରିପାରେ ଲକ୍‌ଡାଉନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

କମୁନି ସଂକ୍ରମଣ, ଖୁବ୍‌ଶୀଘ୍ର ଓଡ଼ିଶାକୁ ଫେରିପାରେ ଲକ୍‌ଡାଉନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଲାଗୁ ହୋଇପାରେ ଲକ୍‌ଡାଉନ୍‌। ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ଏହି ସପ୍ତାହ ଶେଷ ସୁଦ୍ଧା ଲକଡାଉନ୍‌ କଟକଣା ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଇଛି।

ରାଜ୍ୟରେ ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଆଜି ତାହା ୭ ହଜାର ପାଖାପାଖି ରହିଛି। ପଜିଟିଭ ହାର ଟେଷ୍ଟିଂର ୨୦ ପ୍ରତିଶତ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହାବ୍ୟତୀତ ଏବେଠୁ କଡ଼ା କଟକଣା ଲାଗୁ କରା ନ ଗଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଅଶୋକ ମହାପାତ୍ରଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କବାଣୀ  ଦେଇ ସାରିଲେଣି।

ଆଜି ଅପରାହ୍ନରେ ପୁଲିସ୍‌ ଡିଜି ପ୍ରେସ୍ ମିଟ୍‌ କରିବେ। ରାଜ୍ୟରେ ମହାମାରୀ ଦିନକୁ ଦିନ ବେକାବୁ ହେବାକୁ ଲାଗିଥିବା ବେଳେ ସେ ଏନେଇ କିଛି ନୂତନ କଟକଣା ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ପୁଣି ଥରେ ଲକ୍‌ ଡାଉନ୍‌ ନକରି ସରକାର ସମଗ୍ର ରାଜ୍ୟରେ ଗୋଟେ ସପ୍ତାହ ପାଇଁ ୧୪୪ ଧାରା ଜାରି କରିପାରନ୍ତି ବୋଲି ମଧ୍ୟ ଶୁଣାଯାଉଛି। ସେପରି ହେଲେ ରାଜଧାନୀ ସମେତ ରାଜ୍ୟ ସରକାର ସବୁ ଦୋକାନବଜାର ଖୋଲା ରହିବ କିନ୍ତୁ କୌଣସିଠାରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହି କଟକଣା କାଟୁ ନକଲେ ଶେଷ ଉପାୟ ଭାବେ ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ।

ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର ଆଦି ଜିଲ୍ଲାରେ ସଂକ୍ରମଣର ସ୍ପିଡ ଉପରେ ବ୍ରେକ ଲଗାଇବାକୁ ଏବେ ଲକ୍‌ଡାଉନ୍‌କୁ ଏକମାତ୍ର ପନ୍ଥା ଭାବେ ବିବେଚନା  କରାଯାଉଛି। କାରଣ ଗତଥର ସପ୍ତାହାତ ସଟଡାଉନ୍‌ ଲାଗୁ ପରେ ମଧ୍ୟ କରୋନା ଗ୍ରାଫ ତଳମୁହାଁ ହେବାକୁ ନାଁ ଧରୁନି। ତେଣୁ ଏବେ ଲକଡାଉନ୍‌କୁ ଏକମାତ୍ର ବିକଳ୍ପ ଭାବେ ଦେଖାଯାଉଛି।

ଗତକିଛି ଦିନ ଧରି ଉପରମୁହାଁ କରୋନା ଗ୍ରାଫ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଉଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଦୈନିକ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲୋକାଲ କେସ୍‌ ବହୁତ ରହୁଛି। ତେଣୁ କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ଗତକାଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢ଼ୁଛି। ସେଥିପାଇଁ ଟୁଇନସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି। କୋଭିଡ୍ ହଟସ୍ପଟ ରାଜ୍ୟଗୁଡ଼ିକରୁ ଲୋକମାନେ ନିୟମିତ ଆସୁଥିବାରୁ ସେମାନେ ଏଠାରେ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦେଖାଦେଇଛି।

ଏହାବ୍ୟତୀତ ଏମ୍ସର ପୂର୍ବତନ ପିର୍ଦ୍ଦେଶକ ଡ. ଅଶୋକ ମହାପାତ୍ରଙ୍କ କହିବାନୁଯାୟୀ, ପରିବା ମାର୍କେଟ, ମାଛ ମାର୍କେଟ ଓ ମଦ ଦୋକାନରେ ହେଉଥିବା ଅସମ୍ଭାଳ ଭିଡ଼ ସଂକ୍ରମଣ ବୃଦ୍ଧିର କାରଣ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ କିଛି କଡ଼ା ପଦକ୍ଷେପ ନେବା ଉଚିତ, ନଚେତ ପରିସ୍ଥିତି ଆଗକୁ ଅସମ୍ଭାଳ ହୋଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କର ଜୀବନ ଓ ଜୀବିକା ଉପରେ ସମ ପରିମାଣର ଗୁରୁତ୍ୱ ଦେଇ ଆସିଛନ୍ତି। ସେଥିପାଇଁ ସେ ବାରମ୍ବାର କୋଭିଡ଼୍‌ କଟକଣା ମାନିବାକୁ ଲୋକମାନଙ୍କୁ ଆବେଦନ କରି ଆସିଛନ୍ତି। ଲକ୍‌ ଡାଉନ୍‌ ହେଲେ ଲୋକମାନଙ୍କର ଜୀବିକା ଉପରେ ପ୍ରଭାବ ପଡ଼ିବ। ଗତ ବର୍ଷର ଲକ୍‌ ଡାଉନ୍‌ ଅଭିଜ୍ଞତା ଦୃଷ୍ଟିରୁ ଲୋକେ ଅମାନିଆ ନହେଲେ ଓ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଜାରି ନିୟମ ମାନିଲେ ଲକ୍‌ ଡାଉନ୍‌ର ଆବଶ୍ୟକତା ପଡ଼ି ନପାରେ।

The post କମୁନି ସଂକ୍ରମଣ, ଖୁବ୍‌ଶୀଘ୍ର ଓଡ଼ିଶାକୁ ଫେରିପାରେ ଲକ୍‌ଡାଉନ୍‌! appeared first on Odisha Reporter.



from Odisha Reporter https://ift.tt/3e1HEMv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages