ବିଭିନ୍ନ ରାଜ୍ୟରେ ଟିକାକରଣ ନେଇ ସନ୍ଦେହ ଉପୁଜିବା ପରେ ଜବାବ ରଖିଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ବିଭିନ୍ନ ରାଜ୍ୟରେ ଟିକାକରଣ ନେଇ ସନ୍ଦେହ ଉପୁଜିବା ପରେ ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ହେଲେ ଟିକା ମହଜୁଦ ନଥିବାରୁ ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନେକ ରାଜ୍ୟ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ୱରେ ଆରମ୍ଭ ହେବ ବୋଲି କହିଛନ୍ତି। ଅନ୍ୟପଟେ କୋଭିଶିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକା ଏବେ ପଠାଇଛି। ତେଣୁ ଟିକାକୁ ନେଇ ଯେଉଁ ଅଭାବ ରହିଛି ତାହା ଆଉ କିଛି ଦିନ ପରେ ପୂରଣ ହେବ ବୋଲି କୁହାଯାଉଛି।

ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟ୍ୱିଟ୍ କରି କହିଛି, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୬ କୋଟି ଟିକା ଲେଖାଁ ମାଗଣା ଟିକା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର କହିଛି ଯେ ଏବେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଖରେ ଏକ କୋଟିରୁ ଅଧିକ ଟିକା ଡୋଜ ଉପଲବ୍ଧ। ଏହା ବ୍ୟତୀତ ଆସନ୍ତା ତିନି ଦିନ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଟିକା ରାଜ୍ୟକୁ ପ୍ରଦାନ କରାଯିବ।

ମନ୍ତ୍ରାଳୟ କହିଛି ଯେ ନିକଟରେ ମହାରାଷ୍ଟ୍ର ସରକାର ଏହା କହିଛନ୍ତି ଯେ ରାଜ୍ୟରେ ଟିକା ଶେଷ ହୋଇଛି। ତେଣୁ ରାଜ୍ୟରେ ଟିକାକରଣ ଅଭିଯାନ ଏବେ ଆରମ୍ଭ ହେବ ନାହିଁ। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏପ୍ରିଲ ୨୮ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧,୫୮,୬୨,୪୭୦ ଟିକା ଉପଲବ୍ଧ ଥିଲା। ମନ୍ତ୍ରଣାଳୟ କହିଛି ଏବେ ୫,୦୬,୩୧୯ ଟିକା ମହଜୁଦ ରହିଛି। ଏହା ବ୍ୟତୀତ ଆମେ ଆସନ୍ତା ତିନି ଦିନ ମଧ୍ୟରେ ୫ ଲକ୍ଷ ଡୋଜ ଟିକା ମହାରାଷ୍ଟ୍ରରେ ପହଞ୍ଚିବ।

ସୂଚନାଯୋଗ୍ୟ, ଦେଶରେ ଟିକାକରଣ ହେଲେ ହିଁ କରୋନାକୁ ମାତ୍ ଦେଇ ହେବ। ତେଣୁ ସରକାର ଏବେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରାପ୍ତ ବୟସ୍କ (୧୮ରୁ ୪୫) ବର୍ଗର ବ୍ୟକ୍ତି ଏହି ଟିକାକରଣରେ ସାମିଲ୍ ହୋଇପାରିବେ। ପଞ୍ଜିକରଣର ପ୍ରଥମ ଦିନରେ, ୩୩ ନିୟୁତ ଲୋକ ପଞ୍ଜୀକୃତ କରିଛନ୍ତି। କୋଓ୍ୱିନ୍ ଆପର ଚେୟାରମ୍ୟାନ୍ ଆର-ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ କୋ-ୱିନରେ ୧.୩୩ କୋଟି ଲୋକ ପଞ୍ଜୀକରଣ କରିଛନ୍ତି। ସେହିପରି ୨.୭୮ କୋଟି ଏସଏମଏସ ପଠାଯାଇଛି।

The post ବିଭିନ୍ନ ରାଜ୍ୟରେ ଟିକାକରଣ ନେଇ ସନ୍ଦେହ ଉପୁଜିବା ପରେ ଜବାବ ରଖିଲେ ସରକାର appeared first on Odisha Reporter.



from Odisha Reporter https://ift.tt/3aPDwNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages