ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଜାରି ରହିଛି କରୋନା କୋପ। ଦୈନିକ ସଂକ୍ରମଣ ସଂଖ୍ୟା ୬ ହଜାର ତଳକୁ ଖସୁନି। ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବା ବେଳେ ଭୟରେ ଛଟପଟ ହେଉଛନ୍ତି ଲୋକ। ଏପରି ସାଂଘାତିକ ସ୍ଥିତିରୁ ନିକଟ ଭବିଷତ୍ୟରେ ବି ବର୍ତ୍ତିବା ପରି ଲାଗୁନି। ଆହୁରି ପ୍ରାୟ ୨୦ ଦିନ ଦେଖିବାକୁ ମିଳିପାରେ ମହାମାରୀର କୋପ।
ଅର୍ଥାତ ଏବେ ପ୍ଲାଟ ଫେଜ୍ ଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି, ଆଇଆଇଟି କାନପୁରର ଗବେଷଣା ଅନୁସାରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା । କିନ୍ତୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଶ୍ୱାସନା ଦେଇ କହିଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟ୍ର କୌଣସି ଅଭାବ ନାହିଁ । ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି ।
କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ କରି ରଖୁଥିବା ଅଭିଯୋଗ କରି ନିରଂଜନ ମିଶ୍ର କହିଛନ୍ତି, ଏହି ଔଷଧ କରୋନା ପାଇଁ ଅବ୍ୟର୍ଥ ନୁହେଁ । କିଛି ଲୋକେ ଏହାକୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ସରକାରୀ ସ୍ତରରେ ଦରକାର ମୁତାବକ ମେଡିସିନ ଅଛି । ବେଡର ମଧ୍ୟ ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ ।
ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ବେଡ୍ରେ ନ ରହି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପରି ହେଲେ ପ୍ରକୃତରେ ଦରକାର ହେଉଥିବା ଲୋକଙ୍କୁ ହସ୍ପିଟାଲ ବେଡ୍ ମିଳିବନି ବୋଲି ସେ କହିଛନ୍ତି ।
ଲୋକ ସତର୍କତା ଅବଲମ୍ବନ କଲେ ନିହାତି ଭାବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଯିବ। ବେଡ କ୍ଷମତାର ମାତ୍ର ୨୫ରୁ ୩୦ ପ୍ରତିଶତରେ ରୋଗୀ ଅଛନ୍ତି। ଅବଶିଷ୍ଟ ଖାଲି ପଡ଼ିଛି। ତେଣୁ ଚିନ୍ତା କରିବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
The post ‘ଏବେ ପ୍ଲାଟୋ, ମେ’ ଦ୍ୱିତୀୟ ସପ୍ତାହରେ ପିକ୍ରେ ରହିବ ସଂକ୍ରମଣ’ appeared first on Odisha Reporter.
from Odisha Reporter https://ift.tt/3xtYJGk
No comments:
Post a Comment