ଜଣେ ପଜିଟିଭ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମଣ ବାଣ୍ଟିପାରିବ, ଯଦି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଜଣେ ପଜିଟିଭ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମଣ ବାଣ୍ଟିପାରିବ, ଯଦି…

ନୂଆଦିଲ୍ଲୀ: ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି। ଏହି ସମୟରେ ସଂକ୍ରମଣର ଭୟାବହତା ଉପରେ ବ୍ରେକ୍‌ ଲଗାଇବାକୁ   ବିଭିନ୍ନ ସରକାର ନାଇଟ୍ କର୍ଫ୍ୟୁ, ଲକଡାଉନ ସହିତ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି। ମୁଖ୍ୟତଃ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ, କେହି ମାସ୍କ ନପିନ୍ଧିବାରୁ କରୋନା ଏବେ ମାରାତ୍ମକ ରୂପ ଧାରଣ କରିଛି।

ସଂକ୍ରମଣରୁ ବର୍ତ୍ତିବାକୁ କାହିଁକି ସାମାଜିକ ଦୂରତା ନିୟମ ପାଳନ ହେବା ଦରକାର ସେ ନେଇ ଚେତେଇ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ  ନିୟମ ଉଲ୍ଲଂଘନ ଦ୍ୱାରା ଏହି ଉହାନ ଭାଇରସ କେତେ ଭୟାନକ ହୋଇପାରେ ସେ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ଯଦି ଜଣେ କରୋନା ସଂକ୍ରମିତ ସାମାଜିକ ଦୂରତା ନିୟମ ପାଳନ ନ କରିବ ତାହେଲେ ସଂକ୍ରମିତଜଣଙ୍କ ମାସକ ମଧ୍ୟରେ ୪୦୬ ଜଣକୁ  ସଂକ୍ରମିତ କରିପାରିବ। ତେଣୁ ଏହି କରୋନା ଚେନ ଉପରେ ଲଗାମ ଲଗାଇବାକୁ  ହେଲେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ୍ ଅଗ୍ରଓ୍ୱାଲ  କହିଛନ୍ତି।

ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ଅନୁଯାୟୀ, ଜଣେ କରୋନା ସଂକ୍ରମିତ ସାମାଜିକ ଦୂରତା ନମାନିଲେ ଏବଂ ମାସ୍କ ନପିନ୍ଧିଲେ ମାସକ ମଧ୍ୟରେ ସେ ୪୦୬ ଜଣ ସଂକ୍ରମିତ ହେବେ। ସେହିପରି ସଂକ୍ରମିତ ଜଣଙ୍କ ଯଦି ୫୦ ପ୍ରତିଶତ ମିଶିବା କମାଇ ଦେବେ ତାହେଲେ ସଂକ୍ରମିତ ସଂଖ୍ୟା ୩୦ ଦିନରେ ୧୫ ରହିବ। ଆଉ ୭୫ ପ୍ରତିଶତ ମିଶିବା କମାଇ ଦେଲେ ୨.୫ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସେହିପରି ଯଦି ଜଣେ ସଂକ୍ରମିତ ଏବଂ ସୁସ୍ଥ ଲୋକ ମାସ୍କ ପିନ୍ଧିବେ ତାହେଲେ ସୁସ୍ଥ ଲୋକ ସଂକ୍ରମିତ ହେବାର ସମ୍ଭାବନା ୧.୫ ପ୍ରତିଶତରୁ କମ୍ ରହିବ। ଆମେରିକାର ନର୍ଥ କ୍ୟାରୋଲିନା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଜଣେ ଛଅ ଫୁଟ ଦୂରତାରେ ଥିବ ତେବେ ଜଣେ ସଂକ୍ରମିତ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରିବ। ଘରେ ଏକାନ୍ତବାସରେ ରହିଲେ ମଧ୍ୟ ସମାନ ଫଳାଫଳ ରହିଛି। ଯଦି ଜଣେ ଠିକ୍ ଭାବରେ ମାସ୍କ ବ୍ୟବହାର ନକରିବ ତାହେଲେ ସଂକ୍ରମିତ ବ୍ୟକ୍ତି ଦ୍ୱାରା ଜଣେ ସୁସ୍ଥ ଲୋକ ୯୦% ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଲଭ୍ ଅଗ୍ରଓ୍ୱାଲ କହିଛନ୍ତି।

ସେ କହିଛନ୍ତି ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିନଥିବେ ଏବଂ ଜଣେ ସୁସ୍ଥ ଲୋକ ମାସ୍କ ପିନ୍ଧିଥିବେ ତେବେ ସଂକ୍ରମଣ ଆଶଙ୍କା ୩୦ ପ୍ରତିଶତ  ରହିଛି। ଯଦି ଉଭୟ କୋଭିଡ ପଜିଟିଭ୍ ଏବଂ ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିଥିବେ ତେବେ ସଂକ୍ରମିତ ହେବାର ସମ୍ଭାବନା ୧.୫ ପ୍ରତିଶତ କମ୍। ଯଦି ଏମାନେ ୬ ଫୁଟ ଦୂରତାରେ ଥିବେ, ତା’ ହେଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା କମ୍।

The post ଜଣେ ପଜିଟିଭ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମଣ ବାଣ୍ଟିପାରିବ, ଯଦି… appeared first on Odisha Reporter.



from Odisha Reporter https://ift.tt/3sVG5Uz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages