ଭୋଟ୍‌ ଦେଇପାରିବେନି ବାବୁଲ ସୁପ୍ରିୟୋ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଭୋଟ୍‌ ଦେଇପାରିବେନି ବାବୁଲ ସୁପ୍ରିୟୋ!

କୋଲକାତା: ପଶ୍ଚିମବଙ୍ଗରେ ଏବେ ଆଉ ଦୁଇ ପର୍ଯ୍ୟାୟ ମତଦାନ ବାକି ଅଛି। ତେବେ ଏହାପୂର୍ବରୁ ବିଜେପି ନେତା ବାବୁଲ ସୁପ୍ରୟୋଙ୍କ ସଙ୍କଟ ବଢ଼ିଛି। ଭୋଟ ଦେଇପାରିବେନି ଏହି ବିଜେପି ନେତା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।

ଭୋଟିଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ନେତା ବାବୁଲ ସୁପ୍ରିୟୋ। ଏଥିସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି “ଆମ ଦୁହେଁ – ମୁଁ ଏବଂ ମୋ ପତ୍ନୀ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛୁ। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆସନସୋଲରେ ଭୋଟ ଦେଇପାରିବି ନାହିଁ। ଆସନ୍ତା ୨୬ ତାରିଖରେ ହେବାକୁ ଥିବା ନିର୍ବାଚନରେ ମୁଁ ସେଠାରେ ରହିବା ଉଚିତ୍ ଥିଲା, ଯେଉଁଠାରେ ଟିଏମସିର ଗୁଣ୍ଡମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ବାଧା ଦେବା ପାଇଁ ଆତଙ୍କବାଦୀ ଯନ୍ତ୍ର ବ୍ୟବହାର କରୁଛନ୍ତି।”

ବାବୁଲ ଆହୁରି କହିଛନ୍ତି, “ସେ ତାଙ୍କ ରୁମରୁ ହିଁ କାମ କରିବେ ଏବଂ ତାଙ୍କର ପ୍ରାର୍ଥୀମାନଙ୍କ ସହିତ ମାନସିକ ସ୍ତରରେ ସମସ୍ତ ୯ଟି ଆସନରେ ଉପସ୍ଥିତ ରହିବେ।” ସୂଚନା ମୁତାବକ ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟଲିଗଞ୍ଜ ଆସନରୁ ମଧ୍ୟ ବିଜେପି ଟିକେଟରୁ ବାବୁଲ ସୁପ୍ରିୟୋ ଲଢ଼ୁଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନାଙ୍କ କରୋନାରେ ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

The post ଭୋଟ୍‌ ଦେଇପାରିବେନି ବାବୁଲ ସୁପ୍ରିୟୋ! appeared first on Odisha Reporter.



from Odisha Reporter https://ift.tt/2QywCFj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages