ଡିଲ୍‌ ଚାଲିଥିବା ବେଳେ ରେଡ୍‌, ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଡିଲ୍‌ ଚାଲିଥିବା ବେଳେ ରେଡ୍‌, ୨ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ମା’ କଳାପାଟ ମନ୍ଦିର ନିକଟସ୍ଥ ଗଣିଆ-ଚାମୁଣ୍ଡିଆ ରାସ୍ତାରେ ଏସ୍‌ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ କଲରାପତରିଆ ବାଘର ଛାଲ ସହିତ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ତା’ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତରେଇ। ରମେଶର ଘର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ରେ ହୋଇଥିବା ବେଳେ ବିମ୍ବାଧର ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବେଠିଆ ସାହିର ବାସିନ୍ଦା।

ଶନିବାର ଏହି ରାସ୍ତାରେ ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌। ଆଉ ଚଢ଼ାଉ ବେଳେ ବାଘ ଛାଲ ଓ ହାତୀ ଦାନ୍ତ ସହିତ ଦୁଇ ଅଭିଯୁକ୍ତ ଧରାପଡ଼ିଥିଲେ।

ଜବତ ବାଘ ଛାଲ

କେମିକାଲ୍‌ ପରୀକ୍ଷା ପାଇଁ ଜବତ ବାଘ ଛାଲ ଓ ହାତୀ ଦାନ୍ତ ଦୁଇଟିକୁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି। ତା’ସହିତ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଗତ ବର୍ଷେ ଭିତରେ ଏସ୍‌ଟିଏଫ୍‌ ୧୩ଟି କଲରାପତରିଆ ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଓ ବଜ୍ରକାପ୍ତାର ୫ କେଜି କାତି ଜବତ କରିଛି। ମୋଟ ୧୫ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୭ ଜଣଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ଶିକାର ତଥା ବେଆଇନ ଭାବେ ବନ୍ୟଜନ୍ତୁ ସାମଗ୍ରୀ କିଣାବିକା କରୁଥିବା ଲୋକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଏସ୍‌ଟିଏଫ୍‌କୁ ଏହି ସଫଳତା ମିଳିଛି।

The post ଡିଲ୍‌ ଚାଲିଥିବା ବେଳେ ରେଡ୍‌, ୨ ଗିରଫ appeared first on Odisha Reporter.



from Odisha Reporter https://ift.tt/3nivSjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages