ଅହମଦାବାଦ: ଶନିବାର ବିଳମ୍ୱିତ ରାତିରେ ଏକ ହସ୍ପିଟାଲରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଭାରୁଚ ଓ୍ୱେଲଫେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି। କରୋନା ଆକ୍ରାନ୍ତ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କୌଣସି କାରଣରୁ ନିଆଁ ଲାଗିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡଡ଼ିଛି। ଅହମଦାବାଦରୁ ୧୯୦ କିଲୋମିଟର ଦୂରରେ ଥିବା ଭାରୁଚ-ଜାମ୍ବୁସାର ଜାତୀୟ ରାଜପଥ କଡ଼ରେ ଏହି ହସ୍ପିଟାଲ ରହିଛି। ଏହାକୁ ଏକ ଟ୍ରଷ୍ଟ ଚଳାଏ।
ବିଳମ୍ୱିତ ରାତି ୧ଟାରେ ହସ୍ପିଟାଲରେ ନିଆଁ ଲାଗିଯିବାରୁ ହସ୍ପିଟାଲରେ ଥିବା ଆକ୍ରାନ୍ତ ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ। ଏହି କାରଣରୁ ସେମାନଙ୍କର ମୃତ୍ୟୁ ଘଟିଛି। ନିଆଁରେ ପୋଡି ହୋଇ କାହାର ମୃତ୍ୟୁ ଘଟିନଥିବା ରାଜେନ୍ଦ୍ରାସିହ୍ନା ଚୁଦାଶାମା ପୁଲିସ କହିଛି।
ଟ୍ରଷ୍ଟର ମୁଖ୍ୟ ଅଧିକାରୀ ଜୁବେର ପଟେଲ କହିଛନ୍ତି, ବିଳମ୍ୱିତ ରାତିରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମୋଟ୍ ୧୬ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ରୋଗୀ ଥିବା ବେଳେ ୨ ଜଣ ନର୍ସ ଥିଲେ। ହସ୍ପିଟାଲ ଟିମ୍ ଏବଂ ଦମକଳ ଗାଡ଼ିର ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟ ଆକ୍ରାନ୍ତ ମାନଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
It's an unfortunate incident not only for us but for entire Bharuch. With Police & admn's help, we could shift patients to other hospitals. 14 patients & 2 staff nurses lost their lives in the incident: Zuber Patel, trustee of the COVID care centre in Bharuch where fire broke out pic.twitter.com/O0Z3ClTXhv
— ANI (@ANI) May 1, 2021
ଚାରି ମହଲା ବିଶିଷ୍ଟ ଏହି କୋଠାରେ ୭୦ଟି ବେଡ୍ ଥିଲା। ଯେଉଁଥିରେ ମୋଟ୍ ୨୪ଟି ଆଇସିୟୁ ଥିଲା। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଏବଂ ଦମକଳ ଟିମ୍ ଆସି ନିଆଁ ଲିଭାଇବା ସହିତ ଫଶି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆକ୍ରାନ୍ତ ମାନଙ୍କୁ ଆଉ ଏକ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ସୂଚନା ରହିଛି। ଯଦିଓ ନିଆଁକୁ କିଛି ଘଣ୍ଟା ମଧ୍ୟରେ ଆୟତ୍ତ କରିନିଆଯାଇଥିଲା ହେଲେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।
The post ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୪ ରୋଗୀଙ୍କ ସହ ୨ ନର୍ସଙ୍କର ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3xCRZWG
No comments:
Post a Comment