ସଂକ୍ରମଣକୁ ଚେକ୍‌ ଦେବାକୁ ଆଜିଠୁ ପୁଣି ସପ୍ତାହାନ୍ତ ସଟଡାଉନ୍‌ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ସଂକ୍ରମଣକୁ ଚେକ୍‌ ଦେବାକୁ ଆଜିଠୁ ପୁଣି ସପ୍ତାହାନ୍ତ ସଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜିଠାରୁ ପୁଣି ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନ୍‌। ସକାଳ ୬ଟାରୁ ଲାଗୁ ହୋଇଛି କଟକଣା । କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ଏହି ସଟଡାଉନ୍‌ କାର୍ଯ୍ୟକାରୀ କରିଛନ୍ତି ସରକାର । କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ସଂକ୍ରମଣ ହାର  ହ୍ରାସ କରିବାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଜାରି ହୋଇଛି ସପ୍ତାହାନ୍ତ ସଟଡାଉନ୍‌ ।

କରୋନାକୁ ଚେକ୍‌ ଦେବାକୁ ଗତ ଶନିବାର ଓ ରବିବାରଠାରୁ ଏହି କଟକଣା ଆରମ୍ଭ ହୋଇଛି । ସବୁଠି କଡ଼ାକଡ଼ି ଚାଲିଛି ଚେକିଂ ଓ ବ୍ଲକିଂ । ଅମାନିଆଙ୍କୁ ଜଗିବାକୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି କଟକଣା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ।  ତେବେ ଆଜି ଏବଂ ଆସନ୍ତାକାଲି ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଲୋକଙ୍କୁ ପ୍ରାତଃଭ୍ରମଣ ଏବଂ ସାଇକେଲିଂ କରିବାକୁ ୧ ଘଣ୍ଟା ଛାଡ କରାଯାଇଛି।

ସଟଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ । ଏହି ସମୟରେ ଘରୁ ଲୋକଙ୍କୁ ନ ବାହାରିବାକୁ ନିବେଦନ କରିଛି ପୁଲିସ୍‌।  ବାହାର ରାଜ୍ୟର ଲାଗିଥିବା ଜିଲ୍ଲା ସୀମାରେ କଡାକଡି ପହରା କରାଯାଉଛି  । ଅମାନିଆଙ୍କ ଉପରେ କଡା ନଜର ରଖିଛି ପୋଲିସ।

ସୂଚନାଯୋଗ୍ୟ, ଆଜି  ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ  ୧୦,୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାବ୍ୟତୀତ କଟକରୁ  ୮୨୮, ପୁରୀରୁ ୫୩୩ ଓ ବରଗଡ଼ରୁ ୫୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

The post ସଂକ୍ରମଣକୁ ଚେକ୍‌ ଦେବାକୁ ଆଜିଠୁ ପୁଣି ସପ୍ତାହାନ୍ତ ସଟଡାଉନ୍‌ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3gPcvgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages