ଟିକା ନନେଲେ ଯାଇପାରିବେନି ହଜ୍‌ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

ଟିକା ନନେଲେ ଯାଇପାରିବେନି ହଜ୍‌ରେ

ମୁମ୍ୱାଇ: ଆଗକୁ ହଜ୍ ଯାତ୍ରା। ଏହା ପୂର୍ବରୁ ଭାରତରେ ଥିବା ହଜ୍ କମିଟି ଏହି ଯାତ୍ରା ବାବଦରେ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେଉଁମାନେ ହଜ୍ ଯିବାକୁ ଚାହୁଁଥିବେ ସେମାନଙ୍କୁ କୋଭିଡର ଦୁଇଟି ଯାକ ଟିକା ନେବାକୁ ହେବ। ଅର୍ଥାତ୍ ଚଳିତ ବର୍ଷ କୋଭିଡ୍ ଟିକା ନେଇନଥିଲେ ହଜ୍ ଯାତ୍ରା କରିହେବନି।

ନିକଟରେ ସାଉଦି ଆରବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଜେଦାହ୍‌ରେ ଥିବା ଭାରତୀୟ କନସୁଲେଟ୍‌ ଜେନେରାଲ ଏଭଳି ନିର୍ଦ୍ଦେଶନାମା ଜାରି କରିବା ପରେ ହଜ୍ କମିଟି ଅଫ୍ ଇଣ୍ଡିଆର ସିଇଓ ଅହମଦ ଖାନ୍ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁମାନେ ଚଳିତ ବର୍ଷ ହଜ ଯାତ୍ରା ପାଇଁ ଆବେଦନ କରିଛନ୍ତି ସେମାନେ ଯଦି ଟିକାର ପ୍ରଥମ ଡୋଜ ନେଇଥିବେ, ଯିବା ପୂର୍ବରୁ ଦ୍ୱିତୀୟ ଡୋଜ ନେଇପାରିବେ। ହେଲେ ସାଉଦି ଆରବ କର୍ତ୍ତୃପକ୍ଷଙ୍କଠାରୁ ଏପର୍ଯ୍ୟନ୍ତ ହଜ୍ ତୀର୍ଥଯାତ୍ରାର ସ୍ଥିତି ସମ୍ପର୍କରେ ସରକାରୀ ଭାବରେ କୌଣସି ଆଲୋଚନା ହୋଇନାହିଁ।

“ଯଦି ଭାରତୀୟ ମୁସଲମାନମାନେ ଏହି ତୀର୍ଥଯାତ୍ର କରିବେ ତେବେ ଜୁନ୍ ମଧ୍ୟ ଭାଗରୁ ମକ୍କାକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଜଣେ ମୁସଲମାନ ଜୀବନର ସବୁଠାରୁ ବଡ଼ ତୀର୍ଥଯାତ୍ରା ହେଉଛି ଏହି ହଜ୍ ଯାତ୍ରା। ଯାହାକି ଚଳିତ ବର୍ଷ ଜୁଲାଇ ୧୭ରେ ପଡୁଛି।

ସୂଚନାଯୋଗ୍ୟ, କରୋନା ଯୋଗୁଁ ୨୦୨୦ରେ ହଜ୍ ଯାତ୍ରାରେ ଯାଇପାରିନଥିଲେ ଭାରତୀୟ ମୁସଲମାନ। କାରଣ ଜୁଲାଇ ଶେଷ ଭାଗରେ କୋଭିଡ୍ ସାରା ଦେଶରେ ଜୋରଦାର ବ୍ୟାପିଥିଲା। ଆଉ ଏବ କୋଭିଡର ଦ୍ୱିତୀୟ ଓ୍ୱେଭ ସାରା ଦେଶରେ ଜାରି ରହିଛି। ଆଗକୁ ଏହା ବଢ଼ିପାରେ।

The post ଟିକା ନନେଲେ ଯାଇପାରିବେନି ହଜ୍‌ରେ appeared first on Odisha Reporter.



from Odisha Reporter https://ift.tt/3tsrvVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages