କେଶ ପାଇଁ କରିଥିଲେ ବିଶ୍ୱ ରେକର୍ଡ, ଶେଷରେ କାଟିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କେଶ ପାଇଁ କରିଥିଲେ ବିଶ୍ୱ ରେକର୍ଡ, ଶେଷରେ କାଟିଦେଲେ

ଅହମ୍ମଦାବାଦ: ନିଜ ଲମ୍ବା କେଶ ପାଇଁ ଦିନେ ସେ ଥିଲେ ବିଶ୍ୱ ପରିଚିତ। କେଶ ନାଁରେ ଥିଲା ବିଶ୍ୱ ରେକର୍ଡ। ଲମ୍ବା କେଶ ପାଇଁ ୩ ଥର ବିଶ୍ୱ ରେକର୍ଡ ମଧ୍ୟ କରି ସାରିଛନ୍ତି। ହେଲେ ସବୁ ମୋହ ତୁଟାଇ ବାର ବର୍ଷ ପରେ ନିଜ ଲମ୍ବା କେଶକୁ ବାଏ ବାଏ କହିଲେ ୧୮ ବର୍ଷୀୟା ନୀଳାଂଶି। ନିଉ ଲୁକ୍‌ ପ୍ରତି ଆକୃଷ୍ଟ ହୋଇ ଲମ୍ବା କେଶରେ କଇଁଚି ଚଳାଇଦେଇଥିବା ଗୁଜରାଟର ଏହି ଯୁବତୀଙ୍କ ଫଟୋ ସୋଶାଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେଉଛି।

ନିଜ ଲମ୍ବା କେଶ ସହ ନୀଲାଂଶି।

କେଶ ପ୍ରତି ମହିଳାଙ୍କର ଥାଏ ଅହେତୁକ ଆକର୍ଷଣ। କିଏ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି, ତ ଆଉ କିଏ ଏହାକୁ କାଟି ଛୋଟ ରଖିବାକୁ ପସନ୍ଦ କରନ୍ତି। ହେଲେ କେଶ ନାଁରେ ବିଶ୍ୱ ରେକର୍ଡ ଥିବା ସତ୍ତ୍ୱେ ଏଥିରେ କଇଁଚି ଚଲାଇ ଛୋଟ କରିଦେଲେ  ଗୁଜରାଟ ମୋଦାସାର ନୀଳାଂଶି ପଟେଲ୍।

ବିଶ୍ୱ ରେକର୍ଡ ସହ ନୀଲାଂଶି

କିଶୋରୀ ଭାବେ ବିଶ୍ୱର ସବୁଠୁ ଲମ୍ବା କେଶ ପାଇଁ ୩ ଥର ବିଶ୍ୱ ରେକର୍ଡ କରିଛନ୍ତି ନୀଳାଂଶି । ୨୦୧୮, ୧୯ ଓ ୨୦ରେ ଗିନିଜ୍ ବୁକ୍ ଅଫ୍ ଓ୍ୱାଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇଛି ତାଙ୍କ ନାଁ। ସେତେବେଳେ ତାଙ୍କ କେଶର ଲମ୍ବ ଥିଲା ପ୍ରାୟ ୬ ଫୁଟ୍ ୭ ଇଞ୍ଚ। ହେଲେ ଏଭଳି ଲମ୍ବା କେଶର ମୋହ ଛାଡ଼ି, ୧୨ ବର୍ଷ ପରେ ଏହାକୁ କାଟି ଛୋଟ କରିଦେଇଛନ୍ତି ୧୮ ବର୍ଷୀୟା ନୀଲାଂଶି।

୬ ବର୍ଷ ବୟସରୁ କେଶ ବଢ଼ାଇବା ଆରମ୍ଭ କରିଥିବା ନୀଲାଂଶି କିଛି ଦିନ ତଳେ ନିଜ କେଶକୁ ବାଏ ବାଏ କହିଛନ୍ତି। ତାଙ୍କର ଏହି ଲମ୍ବା କେଶ କଟାଯିବା ପରେ ସେ ଏହାକୁ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ସେ ଏହାକୁ ନିଲାମ କରିପାରିଥାନ୍ତେ, କ୍ୟାନ୍ସର ପୀଡ଼ିତାଙ୍କ ପାଇଁ ଦାନ କରିପାରିଥାନ୍ତେ କିମ୍ବା ମୁ୍ୟଜିୟମ୍‌ରେ ରଖିପାରିଥାନ୍ତେ।

କେଶ କାଟିବା ପରେ ମା’ଙ୍କ ସହ ନିଲାଶୀଂ।

ଶେଷରେ ବହୁ ବିଚାର ବିମର୍ଶ କରି ସେ ଏହାକୁ ମ୍ୟୁଜିୟମ୍‌ରେ ରଖିବାକୁ ସ୍ଥିର କରିଛନ୍ତି। ତାଙ୍କ ମା’ ବି ତାଙ୍କ ସହ କେଶ କାଟିଛନ୍ତି ଓ ସେ ଏହାକୁ କ୍ୟାନ୍ସର ପୀଡ଼ିତାଙ୍କ ପାଇଁ ଦାନ କରିଛନ୍ତି।

ନିଜ ୧୨ ବର୍ଷର ସାଥୀକୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇଥିଲେ ବି ଏହାକୁ କାଟି ସାରିବା ପରେ ନିଜ ନୂଆ ଲୁକ୍‌କୁ ନେଇ ବେଶ୍ ଖୁସି ଅଛନ୍ତି ନୀଳାଂଶି।

The post କେଶ ପାଇଁ କରିଥିଲେ ବିଶ୍ୱ ରେକର୍ଡ, ଶେଷରେ କାଟିଦେଲେ appeared first on Odisha Reporter.



from Odisha Reporter https://ift.tt/2PZicht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages