କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହାରି ଭିତରେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟୁଇଟ୍ କରି ସେ ଲେଖିଛନ୍ତି, ‘ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ’କୁ ନିର୍ବାଚନ କମିଶନ୍ ‘ମୋଦି କୋଡ୍ ଅଫ୍ କଣ୍ଡକ୍ଟ ଭାବେ ନାମିତ କରିବା ଉଚିତ।
ସେ ଆହୁରି କହିଛନ୍ତି ଯେ, ବିଜେପି ନିଜ ଶକ୍ତିର ବ୍ୟବହାର କରୁଛି। କିନ୍ତୁ ଏ ଦୁନିଆରେ କୌଣସି ବି ଶକ୍ତି ତାଙ୍କୁ ନିଜ ଲୋକଙ୍କ ସହ ରହିବାକୁ ଏବଂ ସେମାନଙ୍କ ଯନ୍ତ୍ରଣା ବାଣ୍ଟିବାକୁ ରୋକି ପାରିବ ନାହିଁ।
କୁଚ୍ ବିହାରର ଭାଇଭଉଣୀମାନଙ୍କୁ ଭେଟିବାକୁ ସେମାନେ ମୋ ଉପରେ ତିନି ଦିନ କଟକଣା ଜାରି କରି ପାରନ୍ତି, କିନ୍ତୁ ଚତୁର୍ଥ ଦିନ ମୁଁ ସେଠାରେ ଥିବି ବୋଲି ମମତା ବାନାର୍ଜୀ ଟୁଇଟ୍ କରି କହିଛନ୍ତି।
ଏଥିସହ ମତଦାନ ବେଳେ ୪ଜଣ ଭୋଟର୍ ପ୍ରାଣ ହରାଇଥିବା ଏହି ଗୁଳିକାଣ୍ଡ ‘ଆତ୍ମରକ୍ଷା ନିମନ୍ତେ’ କରାଯାଇଥିଲା ବୋଲି କେନ୍ଦ୍ରୀୟ ବଳ କହୁଥିବା କଥାକୁ ମମତା ବାନାର୍ଜୀ ସନ୍ଦେହ କରୁଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର ‘ସିଆଇଡି’ ତଦନ୍ତ ଆରମ୍ଭ କରିବ ବୋଲି ସେ କହିଛନ୍ତି।
EC should rename MCC as Modi Code of Conduct!
BJP can use all its might but NOTHING in this world can stop me from being with my people & sharing their pain.
They can restrict me from visiting my brothers & sisters in Cooch Behar for 3 days but I WILL be there on the 4th day!
— Mamata Banerjee (@MamataOfficial) April 11, 2021
ସୂଚନାଯୋଗ୍ୟ ଯେ, ଆଜି ଜଳପାଇଗୁଡ଼ିରେ ହେବାକୁ ଥିବା ଦୁଇଟି ନିର୍ବାଚନୀ ରାଲିକୁ ବାତିଲ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣା ସମୀକ୍ଷା କରିବା ଲାଗି ସେ ‘ଚତୁର୍ଥ ଦିବସ’ରେ କୁଚ୍ ବିହାର ଗସ୍ତ କରିବେ।
ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିବା ଆଶଙ୍କା କରି ନିର୍ବାଚନ କମିଶନ ଆସନ୍ତା ୭୨ ଘଣ୍ଟା ପାଇଁ କୁଚ୍ ବିହାରକୁ ରାଜନୈତିକ ନେତାଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଏହାଛଡ଼ା, ପରବର୍ତ୍ତୀ ୪ଟି ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଅତିରିକ୍ତ ୭୧ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମୁତୟନ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛି।
ସେହିଭଳି ୪୮ ଘଣ୍ଟା ପାଇଁ ଜାରି କରାଯାଇଥିବା ‘ସାଇଲେନ୍ସ୍ ପିରିୟଡ୍’କୁ ମଧ୍ୟ ୭୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ, ପରବର୍ତ୍ତୀ ପର୍ଯ୍ୟାୟରେ ଥିବା ନିର୍ବାଚନ ନିମନ୍ତେ ପ୍ରାର୍ଥୀମାନେ ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିବା ବନ୍ଦ କରିବେ।
The post ‘ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ’କୁ ‘ମୋଦି କୋଡ୍ ଅଫ୍ କଣ୍ଡକ୍ଟ’ କରିଦିଅ: ମମତା appeared first on Odisha Reporter.
from Odisha Reporter https://ift.tt/3uHkVKS
No comments:
Post a Comment