ସମ୍ପର୍କ ଉପରେ ଭାରି ପଡ଼ିଲା କରୋନା, ବାପାର ମୃତଦେହ ନେଲାନି ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 10, 2021

ସମ୍ପର୍କ ଉପରେ ଭାରି ପଡ଼ିଲା କରୋନା, ବାପାର ମୃତଦେହ ନେଲାନି ପୁଅ

ପାଟନା: ସମ୍ପର୍କ ଭାଙ୍ଗିଦେଲା କରୋନା। ତୁଚ୍ଛ ହୋଇଗଲା ବାପା ପୁଅର ସମ୍ପର୍କ। ରକ୍ତର ସମ୍ପର୍କଠାରୁ ବି ବଡ଼ ହୋଇଗଲା ମହାମାରୀ। ବାପାର ମୃତଦେହକୁ ଛୁଇଁଲାନି ପୁଅ। ହସ୍ପିଟାଲରୁ ଜନ୍ମ କଲା ବାପାର ମୃତଦେହ ନେବାକୁ  ସଫା ସଫା ମନା କରିଦେଲା ପୁଅ। ଶେଷରେ ଜଣେ ମୁସଲମାନ ଯୁବକ ଆଗକୁ ଆସି ମାନବିକତା ଦେଖାଇଛନ୍ତି । ପୁଅ ନହୋଇ ବି ପୁଅର କର୍ତ୍ତବ୍ୟ କରିଛନ୍ତି । ହିନ୍ଦୁ ରୀତି ନୀତି ଅନୁସାରେ କରିଛନ୍ତି ଶବସତ୍କାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାରେ।

ସୂଚନା ମୁତାବକ, ଦରଭଙ୍ଗାରେ ଥିବା ଜଣେ ଅବସାରପ୍ରାପ୍ତ ରେଲଓ୍ୱେ ଅଧିକାରୀ କରୋନାରେ ପୀଡିତ ହୋଇ DMCH ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ହସ୍ପିଟାଲ ତରଫରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ଅର୍ଥାତ୍ ପୁଅକୁ ଖବର ଦିଆଯାଇଥିଲା । କିନ୍ତୁ ବାପାର ମୃତଦେହ ନେବାକୁ ପୁଅ ସଫା ସଫା ମନା କରିଦେଇଥିଲା। କୁଳାଙ୍ଗାର ପୁଅ ଏହା ଶୁଣିବା ପରେ ମୋବାଇଲ ବନ୍ଦ କରିଦେବା ସହ ମୃତଦେହ ନେବାକୁ ବି ଆସିନଥିଲେ । ପରେ ପର୍ଯ୍ୟାପ୍ତ ଲୋକ ନଥିବା ଯୋଗୁଁ ସେ ବାପାଙ୍କ ମୃତଦେହ ନେଇ ପାରିବେ ନାହିଁ ବୋଲି ହସ୍ପିଟାଲ ପ୍ରଶାସନକୁ ଚିଠି ଲେଖି ଜଣାଇଥିଲେ।

ପରେ ହସ୍ପିଟାଲ ତରଫରୁ କବୀର ସେବା ସଂସ୍ଥାକୁ ଶବ ସତ୍କାର କରିବାକୁ ଦିଆଯାଇଥିଲା । ଶେଷରେ ସଂସ୍ଥା ତରଫରୁ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତ୍ୟେଷ୍ଟି ହୋଇଥିଲା । ସଂସ୍ଥାରେ ଥିବା ଜଣେ ମୁସଲମାନ ଯୁବକ ଅହମ୍ମଦ ଅମର ପୁଅର କର୍ତ୍ତବ୍ୟ କରିଥିଲେ। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଉକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ହିନ୍ଦୁ ରିତିନୀତି ଅନୁସାରେ ମୃତବ୍ୟକ୍ତିଙ୍କ ପୁଅ ସାଜି ମୁସ୍‌ଲିମ୍‌ ବ୍ୟକ୍ତି ଜଣକ ଅନ୍ତିମ ସଂସ୍କାର କରିଥିଲେ।

ଅନ୍ତିମ ସଂସ୍କାର କରିବା ପରେ ଏବେ ମହୋମ୍ମଦ ନିଜକୁ ଆଇସୋଲେଟ୍‌ କରିଛନ୍ତି। ସେ ଆଇସୋଲେସନରେ ରହି ଏକ ଭଡିଓ ମଧ୍ୟ ଜାରି କରିଛନ୍ତି। ସେ କହିଛନ୍ତି, କରୋନାକୁ ଭୟ କରିବା ଉଚିତ ନୁହେଁ ତା’ସହ ଲଢ଼ିବା ଉଚିତ। କରୋନା ଭୟ ହେତୁ ଆଜି ଜଣେ ପୁଅ ନିଜ କର୍ତ୍ତବ୍ୟ ପାଳନ କରି ନାହିଁ, କିନ୍ତୁ ଅନୁଷ୍ଠାନର ଲୋକମାନେ ମାନବ ଧର୍ମ ଅନୁସରଣ କରିଛନ୍ତି ବୋଲି କହିଛନ୍ତି।

ସୂଚନା ଥାଉକି ମୃତକଙ୍କ ୪ ପୁଅ ବୋହୁ, ସ୍ତ୍ରୀ ମଧ୍ୟ ଅଛନ୍ତି । ତେବେ ଜଣେ ପୁଅକୁ ଛାଡିଦେଲେ ଅନ୍ୟ ସମସ୍ତେ କରୋନାରେ ସଂକ୍ରମିତ ହୋଇଥିଲେ ।

The post ସମ୍ପର୍କ ଉପରେ ଭାରି ପଡ଼ିଲା କରୋନା, ବାପାର ମୃତଦେହ ନେଲାନି ପୁଅ appeared first on Odisha Reporter.



from Odisha Reporter https://ift.tt/2OJCElO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages