ଅଜିତଙ୍କ ପଛେ ପଛେ ଚାଲିଗଲେ ମା’ କ୍ଷେତ୍ରମଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

ଅଜିତଙ୍କ ପଛେ ପଛେ ଚାଲିଗଲେ ମା’ କ୍ଷେତ୍ରମଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୧୪ ତାରିଖରେ କଂଗ୍ରେସ ନେତା ତଥା ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ପରଲୋକ ହୋଇଥିଲା। ଆଉ ଗତକାଲି ରାତିରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ଅଜିତଙ୍କ ଭଳି ତାଙ୍କ ମା’ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

କ୍ଷେତ୍ରମଣିଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

କ୍ଷେତ୍ରମଣିଙ୍କ ନାତି କୁମାର ଆଦର୍ଶ କହିଛନ୍ତି, ଘର ଲୋକଙ୍କ ଉପରେ ଦୁଃଖ ପରେ ଦୁଃଖ ପଡ଼ିଛି। ଘରର ଦୁଇ ଦୁଇ ଜଣ ବହୁତ ପ୍ରିୟ ଲୋକଙ୍କୁ ଆମେ ହରାଇଛୁ। ତାଙ୍କର (କ୍ଷେତ୍ରମଣିଙ୍କର) ମୂଳରୁ ଶ୍ୱାସଜନିତ ସମସ୍ୟା ଥିଲା। କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଜୋରରେ କାଶ ହେଉଥିଲା। ଡାକ୍ତରଖାନାରେ ଆଡ୍‌ମିଟ୍ କଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ବୋଲି ଡାକ୍ତର କହିଥିଲେ। ସଂକ୍ରମଣ ଅଧିକ ବ୍ୟାପୀ ଯାଇଥିଲା। ଫୁସ୍‌ଫୁସ୍ ଖରାପ ହୋଇଯାଇଥିଲା। ଗତକାଲି ରାତିରେ ତାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବି ଅଚଳ ହୋଇଯାଇଥିଲା। ଏହା ପରେ ରାତି ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ତାଙ୍କର ପରଲୋକ ହୋଇଯାଇଥିଲା।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଏପ୍ରିଲ ୭ ତାରିଖରେ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା।

ଅଜିତ୍ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏଠାରେ ଏପ୍ରିଲ୍ ୧୭ ତାରିଖରେ ଭୋଟ୍ ହେବାର ଥିଲା। ଏବେ ଏଠାରେ ନିର୍ବାଚନ ପାଇଁ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇବ।

The post ଅଜିତଙ୍କ ପଛେ ପଛେ ଚାଲିଗଲେ ମା’ କ୍ଷେତ୍ରମଣି appeared first on Odisha Reporter.



from Odisha Reporter https://ift.tt/2RHAgNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages