`ଖୋଲା ବଜାରରେ ମିଳୁ କରୋନା ଟିକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

`ଖୋଲା ବଜାରରେ ମିଳୁ କରୋନା ଟିକା’

ଭୁବନେଶ୍ୱର: ଖୋଲା ବଜାରରେ ମିଳୁ କରୋନା ଟିକା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ନେଇ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ନବୀନ। ଖୋଲା ବଜାରରେ ଟିକା ମିଳିଲେ ଆଶାୟୀ ଟିକା କିଣି ନେଇପାରିବେ। ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ଅନୁମତି ମିଳୁ। ଏପରି ହେଲେ ଟିକା ଯୋଗାଣ ବୃଦ୍ଧି କରାଯାଇ ପାରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସର୍ବାଧିକ କରୋନା ସଂକ୍ରମିତ ସହର ଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦିଆଯାଉ । ଯାହାଦ୍ୱାରା କରୋନା ସହ ଲଢିବାରେ ଶକ୍ତି ମିଳିବ । ଏହା ସହ ଓଡିଶାରେ ଟିକା ନେବା ପାଇଁ ଲୋକେ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ଭାରତରେ ଟିକା ଉତ୍ପାଦନ ନେଇ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ବଢ଼ାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ,  ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ସଂକ୍ରମଣ ବଢ଼ୁଥିବା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା କଟକଣା ମଧ୍ୟ ଜାରି କରାଯାଇଛି । ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ  ଦିଆଯାଉଛି । କିନ୍ତୁ ଏହାରି ଭିତରେ ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢାଇଦେଇଛି ।

 

The post `ଖୋଲା ବଜାରରେ ମିଳୁ କରୋନା ଟିକା’ appeared first on Odisha Reporter.



from Odisha Reporter https://ift.tt/3sooG6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages