ଲକ୍ଷଣ ବଦଳାଉଛି ମହାମାରୀ, ଜାଣି ନିଅନ୍ତୁ ପୂର୍ବଠାରୁ ଏହା କେତେ ଭିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଲକ୍ଷଣ ବଦଳାଉଛି ମହାମାରୀ, ଜାଣି ନିଅନ୍ତୁ ପୂର୍ବଠାରୁ ଏହା କେତେ ଭିନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ୍‌ରେ ବେକାବୁ ହେଲାଣି ମହାମାରୀ।  ପ୍ରତିଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଗତକାଲି ରାଜ୍ୟରେ ୧୭୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେବଳ ଏପ୍ରିଲ୍‌ରେ ପଜିଟିଭ୍ ସଂଖ୍ୟା ୧୦ ହଜାର ଟପିଯାଇଛି । ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ହେଲେ ମୃତକଙ୍କ ସଂଖ୍ୟା ବଢ଼ିନି । ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଥିବା  ସୂଚନା ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

ଦ୍ୱିତୀୟ ଲହରିରେ ଆଖି ଲାଲ୍ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି । ଏଥିସହ ଗଳା ଖରାପ ହେବା ସହ ଡାଇରିଆ, ବାନ୍ତି ହେବା ସହ ପେଟ ଦରଜ ପରି ଲକ୍ଷଣ ଦେଖାଦେଉଛି।

କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର  ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା ।  ଏହା ପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା । ଏବେ ମଧ୍ୟ କରୋନା ହେଲେ ନିମୋନିଆ ହେବ। ଏଥିସହ ଆଖି ଲାଲ ହେବ, ଖାଦ୍ୟ ଟେଷ୍ଟ ଆସିବନି, ପେଟ ଦରଜ ହେବ, ବାନ୍ତି ହେବ, ଡାଇରିଆ ହେବ, ଭୋକ ଲାଗିବନି ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଡ. ଅଶୋକ ମହାପାତ୍ର।

ଏଥିସହ ସେ କହିଛନ୍ତି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ ପଡ଼ିବ ।  ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

ସୂଚନାଯୋଗ୍ୟ,  ପୂର୍ବରୁ ପଶ୍ଚିମ ଓଡ଼ିଶାର ସ୍ଥିତି ଉଦବେଗଜନକ ଥିବା ବେଳେ ଏବେ ବାଲେଶ୍ୱର ଇମାମି ପେପର୍ ମିଲ୍ କଲୋନୀରୁ ଏକାଥରକେ ଚିହ୍ନଟ ହୋଇଛନ୍ତି ୧୦୧ ପଜିଟିଭ୍ । ଏତେ ସଂଖ୍ୟାରେ ଆକ୍ରାନ୍ତ ବାହାରିବା ପରେ ୭ ଦିନ ପାଇଁ କଲୋନୀକୁ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ଟ୍ରେସିଂ ଓ ଟ୍ରାକିଂକୁ ବଢ଼ାଯାଇଛି ।

ଗତକାଲି ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ହସ୍ପିଟାଲ୍ ପାଇଁ ପୁଣିଥରେ ଗାଇଡଲାଇନ୍ ଜାରି କରି, ଅତି ଜରୁରୀ ନଥିଲେ ମେଡିକାଲ୍ ନ ଆସିବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ମେଡିକାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି।

କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହସ୍ପିଟାଲଗୁଡ଼ିକ ସାମାଜିକ ଦୂରତ୍ୱ ସହ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି ରୋଗୀ ସେବା ପାଇଁ ଥିବା ସେଣ୍ଟ୍ରାଲ ରେଜିଷ୍ଟ୍ରେସନ କାଉଣ୍ଟରକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଓପିଡିରେ ଅଧିକ ସଂଖ୍ୟକ ଗହଳି ଏଡ଼ାଇବାକୁ ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମାନୁଏଲ ରେଜିଷ୍ଟ୍ରେସନ କରାଯିବ। ହସ୍ପିଟାଲରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିଶନ ନକରିବାକୁ ପରାମର୍ଶ ଦିଆଯାଇଛି ।

କେବଳ ଜରୁରୀ ଅସ୍ତ୍ରୋପଚାର ହସ୍ପିଟାଲରେ କରିବାକୁ କୁହାଯାଇଛି । ଗୁରୁତର ରୋଗୀଙ୍କ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିପାରିବେ। ଓପିଡିରେ ରହୁଥିବା ଡାକ୍ତର ଅତି ଜରୁରୀ ନଥିଲେ ରୋଗୀଙ୍କ ପାଖକୁ ବାରମ୍ବାର ଯିବା ଅନୁଚିତ୍ । ଓପିଡି ଓ ଆଇପିଡି ଭିତରକୁ ଗଣମାଧ୍ୟମ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ହସ୍ପିଟାଲଗୁଡ଼ିକରେ ଫିଭର କ୍ଲିନିକ, ଆଇସୋଲେସନ୍ ୱାର୍ଡ ଓ ଟେଷ୍ଟିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

The post ଲକ୍ଷଣ ବଦଳାଉଛି ମହାମାରୀ, ଜାଣି ନିଅନ୍ତୁ ପୂର୍ବଠାରୁ ଏହା କେତେ ଭିନ୍ନ appeared first on Odisha Reporter.



from Odisha Reporter https://ift.tt/3tcua5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages