ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଚଳିତ ମାସରେ ପ୍ରଥମ ଥର ପାଇଁ ଏହି ଦର କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ରହିଥିବାବେଳେ ଡିଜେଲ ୯୨.୪୩ ପଇସା ରହିଛି।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲର ଦର ତିନି ଥର ହ୍ରାସ ପାଇଥିଲା। ଅନ୍ତିମ ଥର ପାଇଁ ମାର୍ଚ୍ଚ ୩୦ରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା କମିଥିଲା। ମୋଟ୍ ମାର୍ଚ୍ଚ ମାସରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୬୦ ପଇସା ହ୍ରାସ ପାଇଥିଲା। ଏହି ସମୟରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ୭୧ ଡଲାରରୁ ଆସି ୬୩ ଡଲାରରେ ପହଞ୍ଚିଥିଲା। ଏବେ କିନ୍ତୁ ଆଉଥରେ ଅଶୋଧିତ ତେଲର ଦାମ ଉପରମୁହାଁ ହୋଇଥିବା ସୂଚନା ରହିଛି। ତେଣୁ ଦର ବଢ଼ିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଗତବର୍ଷ ଠିକ୍ ଏହି ସମୟରେ ପେଟ୍ରୋଲ ଦର ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଦର ୬୨.୨୯ ପଇସା ରହିଥିଲା। ଏବେର ଦରକୁ ଯଦି ଗତବର୍ଷର ଦର ସହିତ ତୁଳନା କରିବା ତାହେଲେ ଗୋଟିଏ ବର୍ଷରେ ପେଟ୍ରୋଲ ୨୦.୮୧ ପଇସା ଓ ଡିଜେଲ ୧୮.୪୪ ପଇସା ମହଙ୍ଗା ହୋଇଛି। ସେତେବେଳେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୩୦ ଡଲାର ରହିଥିଲା।

ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସରକାର ତେଲରେ ଲଗାଉଥିବା ଏକ୍ସାଇଜ୍ ଡ୍ୟୁଟି ପାଇଁ ଦେଶରେ ତେଲ ଦର ବୃଦ୍ଧି ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲରୁ ୩୨.୯୦ ପଇସା ଆଦାୟ କରୁଥିବା ବେଳେ ଡିଜେଲ ୩୧.୮୦ ପଇସା ଆଦାୟ କରୁଛନ୍ତି।

The post ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର appeared first on Odisha Reporter.



from Odisha Reporter https://ift.tt/3tjPOVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages