ନୂଆପଡ଼ା(ମାୟାଧର ସରାଫ): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି। ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଉପରମୁହାଁ ଥିବା ବେଳେ ଚିନ୍ତାରେ ଜିଲ୍ଲାବାସୀ।
ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ ୯ ଦିନ ଯାଏ ଖଡ଼ିଆଳର ଦୋକାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଏହି ୯ ଦିନରେ କେବଳ ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଦୋକାନ ଖୋଲା ରଖାଯିବ ।
ନୂଆପଡ଼ା ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଏହି ଜିଲ୍ଲାରୁ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୦୪ ଥିଲା।
The post ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ appeared first on Odisha Reporter.
from Odisha Reporter https://ift.tt/3wU7b1j
No comments:
Post a Comment